କେସିଙ୍ଗା -୧୨/୫ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଜନୈକ ଗଣମାଧ୍ୟମ ପ୍ରତିନିଧି ଗତ ଜାନୁଆରୀ ୨୭ ତାରିଖରେ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଓ ଆଶୁ ସମାଧାନ ଶିବିରରେ ଜୋଲକୋ- ଲଇତରା ରାସ୍ତାର ଡାହାଣ ପଟେ ଅବସ୍ଥିତ ରେତନଦୀ କୂଳ ନିକଟସ୍ଥ ପାଖାପାଖି ୪/୫ ଏକର ଖାଲୁଆ ଜମିରେ ପ୍ରାୟ ୫ ଫୁଟ ଗଭୀର ମାଟି ପୋତା ବାବଦରେ କେତେ ରୟାଲିଟି ଆଦାୟ ହୋଇଛି ଏବଂ ସରକାରଙ୍କ ତହବିଲ୍ କୁ କେତେ ଅର୍ଥ ଯାଇଛି ବୋଲି ଜାଣିବାକୁ ଚାହିଁଥିଲେ। କିନ୍ତୁ ଏହି ଅଭିଯୋଗର କୌଣସି ଉତ୍ତର ନମିଳିବାରୁ ଉକ୍ତ ଗଣମାଧ୍ୟମ ପ୍ରତିନିଧି ଜଣକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଗତ ଫେବୃଆରୀ ମାସରେ ପ୍ରଥମେ ଅନଲାଇନ ମାଧ୍ୟମରେ ଅଭିଯୋଗ କରିଥିଲେ। କିନ୍ତୁ ପରିତାପର ବିଷୟ ଏହାର ମଧ୍ୟ ସମାଧାନ ହୋଇ ନପାରିବାରୁ ପୁନଃ ମାର୍ଚ୍ଚ ମାସ ୨୧ ତାରିଖରେ ଅନଲାଇନ ମାଧ୍ୟମରେ ଅଭିଯୋଗ କରିଥିଲେ। ଏହାର ରେଜିଷ୍ଟ୍ରସନ ନଂ ସି ଏମ୍ ଓ ୨୦୨୫୧୧୩୯୪୧୦ ଥିଲାବେଳେ ଆଜିଯାଏ ଏହାର ସମାଧାନ ହୋଇ ପାରିନାହିଁ। ଏଥିରୁ ସ୍ପଷ୍ଟ ଅନୁମେୟ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିର ନାଁରେ ଲୋକଙ୍କୁ ବୋକା ବନେଇବାରେ ଲାଗିଛନ୍ତି।