କେସିଙ୍ଗା – ୧୫/୫ ସୂଚନା ଅଧିକାର ଆଇନ ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସମଳେଶ୍ବରୀ ହାଇସ୍କୁଲ, କୁଣ୍ଡାବନ୍ଧ ୫ଟି ରୂପାନ୍ତରିତ ସ୍କୁଲ କାର୍ଯ୍ୟର କ୍ୟାସ୍ ବୁକ୍ ଓ ପାସ୍ ବୁକ୍ଯା ର ନକଲ ପାଇଁ ଆବେଦନ କରାଯାଇ ଥିଲେ ହେଁ ତାହା ମିଳିନାହିଁ। ଏ ବିଷୟରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଦବଙ୍ଗଗିରୀ ଷ୍ଟାଇଲରେ କଥା ହେବା ବିଇଓ ଏବଂ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି। ସମଳେଶ୍ବରୀର ପ୍ରଧାନ ଶିକ୍ଷକଙ୍କୁ ଆପଣ ଯାହାକୁ ୨୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି, ତାଙ୍କ ନାମରେ ଏତେ ଟଙ୍କାର ତ ବିଲ୍ ନାହିଁ ତାଙ୍କୁ ଏତେ ଟଙ୍କା ଦେଲ କେମିତି ପଚାରିବାରୁ ମୋତେ ଜାଣିଛି ମୁଁ କିଏ, ମୁଁ କଳାହାଣ୍ଡି ଜିଲ୍ଲା ଓଷ୍ଟାର ସଭାପତି କହୁଛି। ବୁଝିସୁଝି ମୋ ସହିତ କଥା ହୁଅ। ଅପରପକ୍ଷରେ ସୂଚନା ଅଧିକାର ଆଇନ ବଳରେ ୩ୟ ଏବଂ ୪ର୍ଥ ଫେଜ୍ ରେ ୫ଟି ଯୋଜନାରେ କାମ ହୋଇଥିବା ସ୍କଲର କ୍ୟାସ୍ ବୁକ୍ ଓ ପାସ୍ ବୁକ୍ ର ନକଲ ଦେବା ପାଇଁ ଆବେଦନ କରାଯାଇଥିଲେ ହେଁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ସମ୍ପୂର୍ଣ ପାସ୍ ବୁକ୍ ର ନକଲ ଦେଇନଥିବା ବେଳେ କ୍ୟାସ୍ ବୁକ୍ ମୋଟେ ଦେଇନାହାନ୍ତି। ଏ ବିଷୟରେ ବିଇଓ ଆନନ୍ଦ କୁମାର ବେହେରା ଙ୍କୁ ଜଣାଇବାରୁ, ସେ କହିଥିଲେ ଯେ ମୁଁ କ୍ୟାସ୍ ବୁକ୍ ର ନକଲ ପାଇଁ ତାଙ୍କୁ କହୁଛି ସେ ଦେଇ ଦେବେ। କିନ୍ତୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଆଜି ପର୍ଯ୍ୟନ୍ତ ତାହା ଦେଇନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କଣ୍ଡାବନ୍ଧ ସମଳେଶ୍ବରୀ ହାଇସ୍କୁଲ ୫ଟି ରୂପାନ୍ତରିତ କାଯ୍ୟରେ ବ୍ୟାପକ ହେରଫେର ହୋଇଥିବା କୁହାଯାଉଛି।