ଉତ୍କେଲାରେ ଜବର ଦଖଲ ଉଚ୍ଛେଦ ପାଇଁ ଦାବି

ଉତ୍କେଲା, ୧୯/୦୫ :କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମ ପଞ୍ଚାୟତ ଲାଲପଡ଼ା, ଜଗନ୍ନାଥପଡ଼ା, ବେହେରାପଡ଼ାର କିଛି ଲୋକ  ରାସ୍ତାକୁ ମାଡି ଘର, ପାହାଚ, ବାଡ଼ ନିର୍ମାଣ କରି ବେଆଇନ ଜବର ଦଖଲ କରିଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇଯାଇଥିବା ଯୋଗୁ ଜରୁରୀକାଳୀନ ଆମ୍ବୁଲାନ୍ସ, ଦମକଳ ଆଦି ଦରକାର ବେଳେ ଚାରି ଚକିଆ ଯାନ ସହଜରେ ପ୍ରବେଶ କରିପାରୁ ନାହିଁ। ଫଳରେ ଅନେକ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେଣୁ ଉତ୍କେଲା ବିକାଶ ମଞ୍ଚ କମିଟୀ ଏବଂ ଲାଳପଡ଼ା ଲୋକ ଆଜି କେସିଙ୍ଗା ସ୍ଥିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ପହଂଚି ଜବର ଦଖଲ କରିଥିବା ରାସ୍ତାରୁ ଲୋକଙ୍କୁ ଚିହ୍ନଟ କରି ରାସ୍ତା କୁ ମାଡି ବସିଥିବା ଲୋକଙ୍କୁ ଉଛେଦ କରିବା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *