ଭାରତୀୟ ସେନାଙ୍କ ସଫଳତା ଉପଲକ୍ଷେ କେସିଙ୍ଗାରେ ତ୍ରୀରଙ୍ଗା ଶୋଭାଯାତ୍ରା

କେସିଙ୍ଗା – ୨୧/୫ ଗତମାସ ଅପ୍ରେଲ ୨୨ ତାରିଖରେ ହୋଇଥିବା କାଶ୍ମୀରର ପହଲଗାମ୍ ଠାରେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାରେ ପାକିସ୍ତାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲା ଭାରତ। ଅପରେସନ ‘ସିନ୍ଦୁର’ ଜରିଆରେ ମେ ୭ରେ ଭାରତର ସୈନ୍ୟମାନେ ଆକ୍ରମଣ କରି ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କବାଦୀ ଆଡଡାସ୍ଥଳୀ ଧ୍ବଂସ କରିବା ସହ ୧୦୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଏହାପରେ ୯ ଓ ୧୦ ତାରିଖରେ ସୈନ୍ୟମାନେ ପାକିସ୍ତାନର ବିଭିନ୍ନ ସହର ଭିତରେ ପଶି ୧୧ ଟି ଏୟାରବେସ୍ ଉପରେ ହମଲା କରି ଧ୍ବଂସବିଧ୍ବଂସ କରିବା ସହ କେତେକ ଲଞ୍ଚପ୍ୟାଡ ଗୁଡିକୁ ମାଟିରେ ମିଶାଇ ଦେଇଥିଲା। ଏଥିରେ ଭୟଭୀତ ହୋଇ ପାକିସ୍ତାନ ୪ ଦିନ ଭିତରେ ଆମେରିକାର ଶରଣରେ ପଶି ଅସ୍ତ୍ରବିରତି କରିଥିଲା। ତେଣୁ ସମଗ୍ର ଭାରତବର୍ଷ ସୈନ୍ୟବାହିନୀର ସଫଳତାରେ ଶତମୁଖର ହୋଇ ପାଳନ କରିଥିଲା ତ୍ରୀରଙ୍ଗା ଶୋଭାଯାତ୍ରା। ଏହି ପରିପ୍ରେକ୍ଷୀରେ କେସିଙ୍ଗା ନଗର କମିଟୀ ସଭାପତି ପିଙ୍କୁ ପରିଡାଙ୍କ ଆବାହକତ୍ବରେ ଆଜି ସକାଳେ କେସିଙ୍ଗା ଏନଏସି ଅନ୍ତର୍ଗତ ବୋରିଙ୍ଗପଦର ଠାରୁ ନୂତନ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଅନ୍ୟତମ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନଏସି ଅଧ୍ୟକ୍ଷ ନୣପରାଜ ଯାଦବ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ବିଡିଓ ଜନ୍ମେଜୟ ସ୍ବାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ଏସଡିପିଓ, ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦେଶପ୍ରେମୀମାନେ ଯୋଗ ଦେଇ ହାତରେ ତ୍ରୀରଙ୍ଗା ଧରି ଭାରତମାତାର ଜୟଗାନ କରିଥିଲେ।

Leave a Reply

Your email address will not be published. Required fields are marked *