ନିଶାକାରମୁକ୍ତ ଗ୍ରାମାଞ୍ଚଳ ପାଇଁ ବ୍ଲକ ପରିସରରେ ଆସନ୍ତାକାଲି ହେବ କର୍ମଶାଳା

କେସିଙ୍ଗା -୧୬/୭ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଚିଠି ନଂ ୨୫୦୪/ ତା.୧୫. ୦୬, ୨୦୨୫ ଅନୁଯାୟୀ ଆସନ୍ତାକାଲି ୧୭ ତାରିଖରେ ବ୍ଲକ ସଭାଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ପଲ୍ଲୀ ଅଞ୍ଚଳର ଲୋକଙ୍କୁ ଅନିଷ୍ଟକାରୀ ନିଶା ଯଥା :- ମଦ, ଗଞ୍ଜେଇ, ଔଷଧ ସେବନ ର ଅପବ୍ୟବହାର ରୋକିବା ଲାଗି ଏକ କର୍ମଶାଳା ମାଧ୍ୟମରେ ପ୍ରଶାସନ ତରଫରୁ ସଚେତନତା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଡିଓ ଜନ୍ମେଜୟ ସ୍ବାଇଁ ଙ୍କ ଠାରୁ ସୂଚନା ମିଳିଛି। ଏହି କର୍ମଶାଳାରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ଉପଯୋଗୀ କରିବା ସହ ସାଫଲ୍ୟମଣ୍ଡିତ କରିବାକୁ ବ୍ଲକ ପ୍ରଶାସନ ତରଫରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *