
କେସିଙ୍ଗା-୨୮/୬ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର କାଳୀ ମନ୍ଦିର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ୫ଟାରେ ରଥଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ନିତିକାନ୍ତି ଅନୁଯାଇ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପୂଜାର୍ଚ୍ଚନା କରି ଭଗବାନଙ୍କୁ ଧାଡ଼ି ପହଣ୍ଡି କରି ରଥାରୂଢ଼ କରାଯାଇଥିଲା । ପରେ ରଥଟି କିଛି ରାସ୍ତା ଯାତ୍ରା କରିବା ପରେ ସୂର୍ଯ୍ୟାସ୍ଥ ହେବା ଫଳରେ ସ୍ପିନିଂ ମିଲ ପାଖରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ରାତ୍ରି ଯାପନ କରିଥିଲେ । ଶନିବାର ଭୋର୍ ସକାଳୁ ଭଗବାନଙ୍କୁ ରଥ ଉପରେ ନିତିକାନ୍ତି କରିବା ପରେ ହଜାର ହଜାର ଭକ୍ତଙ୍କ ସମାଗମରେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟରେ ରଥାରୂଢ଼ ହୋଇ ଚତୁର୍ଦ୍ଧା ମୂର୍ତ୍ତି କେସିଙ୍ଗା ସହର ବିଦ୍ୟୁତ୍ ବିଭାଗ ଗ୍ରିଡ ସବ୍ ଷ୍ଟେସନ ର ମାଉସୀ ମା ମନ୍ଦିର ଠାରେ ପହଞ୍ଚିଥିଲେ । ସେଠାରେ ହରିବୋଲ ହୁଳହୁଳି ଶବ୍ଦରେ ଭଗବାନଙ୍କୁ ମାଉସୀ ମା ମନ୍ଦିର ଗର୍ଭ ଗୃହକୁ ନିଆଯାଇଥିଲା । ଉକ୍ତ ରଥଯାତ୍ରାରେ ମନ୍ଦିର ପୂଜାରୀ ଭାବେ ସୁଧୀର କୁମାର ଦାଶ , ପ୍ରସନ୍ନ ମହାପାତ୍ର , ପର୍ଶୁରାମ ପାଢ଼ୀ, ବିଜୟ ପାଢ଼ୀ, ଭାଗିରଥି ପାଢ଼ୀ ପ୍ରମୁଖ ସେବା କାର୍ଯ୍ୟରେ ଉପସ୍ଥିତ ଥିବାବେଳେ ନାରାୟଣ ସିଂ, ଅକ୍ଷୟ କୁମାର ସାହୁ, ଭାସ୍କର କୁମାର ରାଓ, କେଶବ ସାହୁ, ପର୍ଶୁରାମ ମହାନ୍ତି, ଶରତ ସାମଲ, ସଙ୍କୀର୍ତ୍ତନ ପାଣିଗ୍ରାହୀ , ରମେଶ ମଲ୍ଲିକ , ମିଳୁ ବାରିକ, ଓମ୍ ପ୍ରକାଶ ଜୈନ୍ ପ୍ରମୁଖ ମନ୍ଦିର କମିଟି ପକ୍ଷରୁ ସାମିଲ ଥିଲେ । ଉକ୍ତ ରଥ ଯାତ୍ରା ଦୁଇଦିନ ଯାଏଁ ହୋଇଥିବା ବେଳେ କେସିଙ୍ଗା ଥାନା ଆଇ ଆଇ ସି ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅନ୍ୟାନ୍ୟ ପୋଲିସ କର୍ମୀ କର୍ମଚାରୀମାନେ ମୁତୟନ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ