ସଚେତନ ନାଗରିକ ମଞ୍ଚର ସମ୍ପାଦକଙ୍କ ଚିଠିକୁ ନେଇ ହଟଚମଟ

କେସିଙ୍ଗା – ୨୯/୬ ଗତକାଲି ସଚେତନ ନାଗରିକ ମଞ୍ଚ, କେସିଙ୍ଗାର ସଂପାଦକଙ୍କ ଚିଠିକୁ ନେଇ ମଞ୍ଚ ଭିତରେ ଚାଲିଥିବା ଗୁମର କଥା ଦାଣ୍ଡରେ ପଡି ବାହାରେ ଗଡୁଛି। କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ନାଗରିକ ମଞ୍ଚ ଦୀର୍ଘ ୧୩ ଦିନ ହେଲା ଧାରଣାରେ ବସିଛି। କିନ୍ତୁ ମଞ୍ଚ ପକ୍ଷରୁ କରାଯାଇଥିବା ଦାବିଗୁଡିକ ଖେଚୁଡ଼ି ପରି ଲାଗୁଛି। ସରକାର ଏହି ଦାବି ଗୁଡିକ କେତେଦୂର ପୂରଣ କରିପାରିବେ ତାହା ପ୍ରଶ୍ନବାଚୀ ସୣଷ୍ଟି କରିଛି। ଅପର ପକ୍ଷରେ ମଞ୍ଚରେ ସାଧାରଣ ସମ୍ପାଦକ ଟିକେମନ ଦୀପ ଏହି ଅନଶନରୁ ନିଜକୁ ଦୂରେଇ ରଖିବା ମଞ୍ଚର ହରତାଳ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ସାଧାରଣ ସମ୍ପାଦକ ଶ୍ରୀ ଦୀପଙ୍କ ଚଠି ଅନୁସାରେ ପ୍ରଥମେ କେସିଙ୍ଗା ବିଧାନସଭା ମଣ୍ଡଳୀ ଦାବି ଉପସ୍ଥାପନ କରାଯାଉ। ସେ ଦାବି ହାସଲ ପରେ ଅନ୍ୟ ଦାବି କରାଯାଉ। ଦ୍ବିତୀୟରେ ଦଳର ସାମ୍ବିଧାନିକ ନିୟମାନୁଯାୟୀ ଗଣତାନ୍ତ୍ରିକ ପଦ୍ଧତିରେ ନୂଡନ କମିଟୀ ଗଠନ କରାଯାଉ। ୩ୟ ରେ ସଂଗଠନର ବିଭିନ୍ନ କାର୍ଯ୍ୟ ପାଇଁ ଯେଉଁ ବଦାନ୍ୟ ବ୍ୟକ୍ତିମାନେ ଆର୍ଥିକ ସହଯୋଗ କରିଛନ୍ତି ତାହାର ହିସାବ ଦେବା ସେ ଦାବି କରିବା ଯଥାର୍ଥ ବୋଲି ସାଧାରଣତଃ ଆଲୋଚନା ହେଉଛି। ଅନପକ୍ଷେ ହରତାଳ କରିବା ପୂର୍ବରୁ କେସିଙ୍ଗାବାସୀଙ୍କୁ ବିଶ୍ବାସକୁ ନନେଇ ଧାରଣାରେ ବସିବା କେତେଦୂର ଉଚିତ ବୋଲି ଶ୍ରୀ ଦୀପ୍ କହିଛନ୍ତି।

Leave a Reply

Your email address will not be published. Required fields are marked *