କେସିଙ୍ଗାରେ ପୁନଃ ନୋଏଣ୍ଟ୍ରି କାର୍ଯ୍ୟକାରୀ କରିବାକୁ ବିଜେପି ପକ୍ଷରୁ ଏସଡିପିଓ ଙ୍କୁ ଦାବିପତ୍ର

କେସିଙ୍ଗା -୨୪/୭ କେସିଙ୍ଗା ସହରରେ ଜନଗହଳି ତଥା ଘୋର ଟ୍ରାଫିକ ସମସ୍ୟା ପାଇଁ ଅତୀତରେ ବଡବଡ ଏବଂ ଭାରିଯାନ ଗୁଡିକୁ ସକାଳ ୮ ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ଟା ରୁ ରାତି ୧୦ଟା ଯାଏ ଜୋଲକ ଠାରେ ନୋ ଏଣ୍ଟ୍ରି ପଏଣ୍ଟ କରାଯାଇ ଗାଡି ରଖାଯାଉଥଲା। କିନ୍ତୁ ପ୍ରଶାସନିକ ଅଧିକାରୀମାନେ କ’ଣ ବୁଝିଲେ କେଜାଣି କୌଣସି ଯୋଜନା ନକରି ବଡ ବଡ଼ ତଥା ଭାରିଯାନ ଗୁଡିକୁ ପୁନଃ ସହର ଭିତରକୁ ଯେତେବେଳେ ନାହିଁ ସେତେବେଳେ ଛାଡିଦେଲେ। ବର୍ତ୍ତମାନ ଉକ୍ତ ଗାଡି ଗୁଡିକ କୌଣସି ସମୟ ସୀମା ନଥାଇ ସହର ମଧ୍ୟରେ ଚଳାଚଳ କରୁଥିବାରୁ ଲୋକ ତଥା ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ସୣଷ୍ଟି କରିଛି। ଏହି ସମସ୍ୟାକୁ ଗରୁତ୍ବ ଦେଇ କେସିଙ୍ଗା ବିଜେପି ନଗର କମିଟୀ ପ୍ରଥମ ପଦକ୍ଷେପ ସ୍ବରୂପ ଗତକାଲି ସ୍ଥାନୀୟ ଥାନା ଏସଡିପିଓ ସନ୍ଦୀପ କୁମାର ମାଝୀଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିବା ସହିତ ତାଙ୍କ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧକ୍ଷ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ୱରେ ସନ୍ତୋଷ ଦାଶ,, ମଗନ ସିନ୍ଦୁର, ପ୍ରୀତେଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *