ବିକାଶ ନର୍ସିଂ କଲେଜ, ଭବାନୀପାଟଣା ତରଫରୁ ‘ସଶକ୍ତ ନାରୀ ସଶକ୍ତ ଦେଶ’ କାର୍ଯ୍ୟକ୍ରମ ଆୟୋଜିତ

କେସିଙ୍ଗା- ୨୭/୭ ମହିଳା ସଶକ୍ତ ହେଲେ ଦେଶ ସଶକ୍ତ ହେବ, ସେହି ନାରାକୁ ଆଉ ଏକ ପାଦ ଆଗେଇ ନେବାରେ ସହାୟକ ସାଜିଛି କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବିକାଶ ନର୍ସିଂ କଲେଜ୍। ଏହି କଲେଜର ଛାତ୍ରଛାତ୍ରୀ ମାନେ ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳା ମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଥିଲେ। ବିଶେଷ କରି ଶିକ୍ଷା,ସ୍ୱାସ୍ଥ୍ୟ ଓ ସମାଜରେ ଥିବା କୁସଂସ୍କାର ବିଷୟରେ ସଚେତନ କରୁଥିବା ବେଳେ ଆଜି ପ୍ରଥମ ପଯ୍ୟାୟରେ ଜିଲ୍ଲାର ୧୦ ଗୋଟି ଗ୍ରାମ ପଞ୍ଚାୟତରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ଆଜି କେସିଙ୍ଗା ବ୍ଲକ୍ ସିରୋଲ ପଞ୍ଚାୟତରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିରୋଲ୍ ଗାଁରେ ଅନୁଷ୍ଟିତ ଏହି ସଚେତନ କାର୍ଯ୍ୟକ୍ରମରେ ସିରୋଲ ସରପଞ୍ଚ ଶ୍ରୀମତୀ ଝରଣା ବାଗଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ସଚେତନ ଭିତ୍ତିକ ପଥପ୍ରାନ୍ତ ନାଟକର ମଜା ନେଉଥିଲେ ।

Leave a Reply

Your email address will not be published. Required fields are marked *