
କେସିଙ୍ଗା- ୧୦/୮ ୭୯ ତମ ସ୍ବାଧିନତା ଦିବସ ଉପଲକ୍ଷେ ସାମାଜିକ ଗଣମାଧ୍ୟମ “ସତ୍ୟରସ୍ୱର ” ପକ୍ଷରୁ କେସିଙ୍ଗା ଏନ୍ ଏ ସି ଅନ୍ତର୍ଭୁକ୍ତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ଠାରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସହରାଞ୍ଚଳରେ ସରକାରୀ ବିଦ୍ୟାଳୟ ଗୁଡ଼ିକ ପ୍ରତି ଲୋକଙ୍କ ଆଗ୍ରହ କମିବାର କାରଣ ଓ ତାର ସମାଧାନ ବିଷୟକୁ ନେଇ ଆୟୋଜିତ ହୋଇଥିବା ଏହି ବକ୍ତୃତା ପ୍ରତିଯୋଗିତାରେ ସମୁଦାୟ ସାତଟି ବିଦ୍ୟାଳୟ ର ୧୨ ଜଣ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର ମତ ଉପସ୍ଥାପନା କରିଥିଲେ । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ରାକେଶ ବିଶି , ଗୋବିନ୍ଦ ବାଗ , ନଳିନୀ କାନ୍ତ ଦାସ ଓ ମଞ୍ଚ ପରିଚାଳନା କରିଥିଲେ ଜି କ୍ରିଷ୍ଣା ରେଡ୍ଡୀ। ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ । ଶେଷରେ ଶ୍ରୀଯୁକ୍ତ ଜି କ୍ରିଷ୍ଣା ରେଡ୍ଡୀ ଛାତ୍ରଛାତ୍ରୀ ମାନଙ୍କୁ ନିଜର ବକ୍ତୃତା ମାଧ୍ୟମରେ କିଛି ମୂଲ୍ୟବାନ ଉପଦେଶ ଦେଇଥିଲେ । ପରିଶେଷରେ ସତ୍ୟର ସ୍ବର ପରିବାର ମୁଖ୍ୟ ସଂଗ୍ରାମ କେଶରୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧୫ ତାରିଖ ଦିନ ହେବାକୁ ଥିବା ଏନ୍ ଏ ସି ସ୍ତରୀୟ ସ୍ବାଧିନତା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ ।