କାଣ୍ଡେଲ ସଭକରୀ ଉଚ୍ଚ ବିଦ୍ୟାଳୟରେ ଖୋଲିଲା ଯୁକ୍ତ ୨ ମହାବିଦ୍ୟାଳୟ

କେସିଙ୍ଗା -୨୮/୮କାଣ୍ଡେଲ ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାଣ୍ଡେଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଯୁକ୍ତ ୨ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ପ୍ରଦାନ ମିଳିଛି। ଏହି ମହାବିଦ୍ୟାଳୟରେ ଇଂରାଜୀ, ଓଡିଶା, ରାଜନୀତି ବିଜ୍ଞାନ ଓ ଶିକ୍ଷା ବିଭାଗ ଖୋଲିବା ସହିତ ୧୨୮ ସିଟ୍ ରହିଛି। ଏହି ମହାବିଦ୍ୟାଳୟରେ ନାମ ଲେଖା ନିମନ୍ତେ ଗତ ୨୫ ତାରିଖରୁ ଆସନ୍ତା ୩୧ ତାରିଖ ଯାଏ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହା ପ୍ରକାଶ କରିଛନ୍ତି। ଏହାପରେ ଆବେଦନ ପତ୍ର ଯାଞ୍ଚ କରାଯାଇ ଆସନ୍ତା ମାସ ୬ ରୁ ୧୦ ତାରିଖ ଯାଏ ନାମ ଲେଖା ଆରମ୍ଭ ହେବ ବୋଲି ପ୍ରିନସିପାଲ ଶ୍ରୀ ସାହା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *