
କେସିଙ୍ଗା-୬/୯ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ କଳାହାଣ୍ଡି ଜିଲ୍ଲା ନୃତନ ବିଜେଡି ସଭାପତି ଭାବରେ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ ମହୋଦୟ ଙ୍କୁ ଦାୟିତ୍ୱ ଦେଇଥିବାରୁ ଆଜି ଭବାନୀପାଟଣା ଟାଉନ ହଲ ଠାରେ ବିଜୁ ଜନତା ଦଳ ତରଫରୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ବୈଠକରେ ସମସ୍ତ ମାନ୍ୟବର ବିଧାୟକ, ବିଧାୟିକା ଓ ପୂର୍ବତନ ବିଧାୟକ, ବିଜେଡି ବରିଷ୍ଠ ନେତୃମଣ୍ଡଳୀ, ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା, ସମସ୍ତ ମ୍ୟୁନିସିପାଲଟି ଓ ଏନଏସି ଅଧ୍ୟକ୍ଷ/ଅଧ୍ୟକ୍ଷା/ କାଉନସିଲର , ବିସିସି ବ୍ୟାଙ୍କ ସଭାପତି ଓ ସମସ୍ତ ଡାଇରେକ୍ଟର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ତଥା ଦଳୀୟ କର୍ମକର୍ତ୍ତା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ