
ଭବାନୀପାଟଣା-୭/୯ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜ ବିହାର ଠାରେ ମୁଣ୍ଡ ପରାଶର ତରଫରୁ ମହର୍ଷି ପରାଶର ଙ୍କ ଜନ୍ମୋତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ପ୍ରାନ୍ତୀୟ ସଭାପତି ମଳୟ ମୁଣ୍ଡଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଣ୍ଡ ପରିବାରର ଶତାଧିକ ମହିଳା ଓ ପୁରୁଷ ଯୋଗଦାନ କରି ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। ପ୍ରଥମେ ମହର୍ଷି ପରାଶରଙ୍କ ଫଟୋରେ ସମସ୍ତେ ପ୍ରଣିପାତ କରିଥିଲେ। ମହର୍ଷି ଙ୍କ ଜନ୍ମୋତ୍ସବ ସହ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି। ଜିଲା ସଭାପତି ସନ୍ତୋଷ ମୁଣ୍ଡ. ଉପ ସଭାପତି ସନତ ମୁଣ୍ଡ, ସମ୍ପାଦକ ସୁଧୀର ରଞ୍ଜନ ମୁଣ୍ଡ ଜିଲା କମିଟୀ ଆବାହକ ଜିତେନ୍ଦ୍ର ମୁଣ୍ଡ, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ମୁଣ୍ଡ, ପୂର୍ବତନ ଜିଲା ସଭାପତି ଡକ୍ଟର ଅଶୋକ କୁମାର ମୁଣ୍ଡ, ଉପଦେଷ୍ଟା ଅଶୋକ କୁମାର ମୁଣ୍ଡ, ଉପଦେଷ୍ଟା ହେମନ୍ତ କୁମାର ମୁଣ୍ଡ, ଶିକ୍ଷାବିତ ପରମେଶ୍ଵର ମୁଣ୍ଡ, ଭବାନୀପାଟଣା ପ୍ରାନ୍ତ ଆବାହକ ଜଗନ୍ନାଥ ମୁଣ୍ଡ ,ସକ୍ରିୟ ସଦସ୍ୟ ସମରେନ୍ଦ୍ର ମୁଣ୍ଡ, ଡଃ ଚିତ୍ତ ରଞ୍ଜନ ମୁଣ୍ଡ, ସ୍ନେହଲତା ମୁଣ୍ଡ, ବଣ୍ଟି ମୁଣ୍ଡ, ପ୍ରମୁଖ ଉପସ୍ଥିତ ଥିଲେ।