କେସିଙ୍ଗା ନଗର ବିଜେପି ପକ୍ଷରୁ ଆସନ୍ତା ୧୭ରେ ପାଳନ କରାଯିବ ପି ଏମ୍ ନରେନ୍ଦ୍ର ମୋଦିଙ୍କ ଜୟନ୍ତୀ

କେସିଙ୍ଗା- ୯/୯ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଠାରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ତରଫରୁ ସେବା ପକ୍ଷ ପାଳନ କରାଯିବ। ଏଥିପାଇଁ ଆଜି ଅପରାହ୍ନ ୫ ଟା ସମୟରେ ଏକ ପ୍ରସ୍ତୁତି ବୈଠକ କେସିଙ୍ଗା ନଗର କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଥିଲା। ଏହି ବୈଠକରେ କେସିଙ୍ଗା ନଗର ବିଜେପି ପ୍ରଭାରୀ ରୂପେ ପୂର୍ବତନ ବିଧାୟକ ଶ୍ରୀ ଅନାମ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନମିତା ରାଣୀ ସାହୁ, ପୁର୍ବତନ ନଗର ସଭାପତି କୈଳାଶ ଜୈନ, ବର୍ତ୍ତମାନର ନଗର କମିଟୀ ସଭାପତି ପିଙ୍କୁ ପରିଡା ଏବଂ ପାର୍ଟିର ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ ୧୬ ଦିନ ବ୍ୟାପି କାର୍ଯ୍ୟକ୍ରମ କିପରି ଭାବରେ ସଫଳ ହୋଇପାରିବ ତା’ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *