ମୋଦିଙ୍କ ଜନ୍ମଦିନ ଅବସର ରେ ‘ସ୍ବସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ ଲାଗି ଦିନକ ପାଇଁ ଆସିବେ ପାଞ୍ଚ ବିଶେଷଜ୍ଞ ଡାକ୍ତର

ଷ୍ଟାଣ୍ଡିଙ୍ଗ ପ – ୧୬/୯ ଗତକାଲି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସମଗ୍ର ଦେଶରେ ମହା ଧୁମଧାମ୍ ରେ ପାଳନ କରାଯିବ। ଏହି ଅବସରରେ ସମସ୍ତ ସରକାରୀ ମେଡିକାଲରେ ‘ସ୍ବସ୍ଥ ନାରୀ ସଶକ୍ତ ପରିବାର’ ସ୍ବାସ୍ଥ୍ୟ ସେବା ପାଳନ କରାଯିବ ବୋଲି କେସିଙ୍ଗା ସିଏଚସି ପରିଚାଳକ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରୟାଗ ପ୍ରତିଶୃତି ମାଝୀ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ବଜିତ ମୁଣ୍ଡ,ଶଲ୍ୟ ବିଶେଷଜ୍ଞ ବିନୟ ଦାସ, ଅସ୍ତ୍ରଚିକିତ୍ସା ବିଦ୍ୟା, ବିଶେଷଜ୍ଞ ଅବିନାଶ ମାଝୀ, ଶିଶୁରୋଗ ବିଶେଷଜ୍ଞ ଲଳିତ କୁମାର ଅଗ୍ରୱାଲ, ଦାନ୍ତ ବିଶେଷଜ୍ଞ ଡାକ୍ତର ଆଶିଷ ଶତପଥୀ ପ୍ରମୁଖ ସ୍ବାସ୍ଥ୍ୟ ପରୀକ୍ଷା କରିବେ ବୋଲି ମେଡିକାଲ ଅଫିସର ଶ୍ରୀମତୀ ମାଝୀ କହିଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ପରେ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯିବ। ତେଣୁ ଆସନ୍ତା ୧୭ ତାରିଖ ବୁଧବାର ଦିନ ଅଧିକରୁ ଅଧିକ ରୋଗୀ ଏହାର ସୁଯୋଗ ନେବାକୁ ସ୍ଥାନୀୟ ମେଡିକାଲ ଅଫିସର ତଥା ସ୍ତ୍ରୀରୋଗ ବିଶେଷଜ୍ଞ ଶ୍ରୀମତୀ ମାଝୀ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *