ପର୍ବ ପର୍ବାଣୀରେ ଡିଜେ ବଜାଇବା ଉପରେ ସରକାରଙ୍କ କଟକଣା

କେସିଙ୍ଗା ୧୮/୯ ପର୍ବ ପର୍ବାଣୀ ଗଡିକୁ ଶାନ୍ତି ଶୣଙ୍ଖଳା ସହିତ ପାଳନ କରିବା ପାଇଁ ଡିଜେ ବଜାଇବା ଉପରେ ସରକାର କଟକଣା ଜାରି କରିଛନ୍ତି। ରାଜ୍ୟ ପରିବହନ କମିଶନର ତଥା ଅଧ୍ୟକ୍ଷ ଗତ ୧୫/୯/ ୨୦୨୫ରେ ସର୍କୁଲାର ନଂ ୦୨/୨୦୨୫ ଜାରି କରିଛନ୍ତି। ଏହି ସର୍କୁଲାର ଅନୁସାରେ ରାଜ୍ୟ ସରକାରଙ୍କ ମୋଟର ଭେହିକିଲ୍ ଆକ୍ଟ ୧୯୮୮ ଏବଂ କେନ୍ଦ୍ର ସରକାରଙ୍କ ମୋଟର ଭେହିକିଲ୍ ନିୟମ ଅନୁଯାୟୀ ସଡକ ସୁରକ୍ଷା ବିପଦପୂର୍ଣ୍ଣ ହେବା ଏବଂ ବିଶେଷ ଢଙ୍ଗରେ ଛାୟାଚିତ୍ର ଅବସ୍ଥିତି ଓ ଶବ୍ଦ ପ୍ରଦୂଷଣ ଯୋଗୁଁ ଜଣେ ରୋଗୀବ୍ୟକ୍ତି ବିପଦର ସମ୍ମୁଖୀନ ହେଉଥିବା କାରଣରୁ ସରକାର ଏହି ନିୟମ ଜାରି କରିଛନ୍ତି। ଏହି ନିୟମାବଳୀ ଅନୁଯାୟୀ ମୋଟର ଗାଡିର ଲମ୍ବ, ଓସାର ଏବଂ ଗଭୀରତା କେତେ ରହିବା ଆବଶ୍ୟକ, ବିଭିନ୍ନ ରଙ୍ଗର ଏଲଇଡି ଲାଇଟ୍ ଲଗାଇବା, ଫ୍ଲାସ୍ ଲାଇଟ୍, ଲେଜର୍ ଲାଇଟ, ଉଚ୍ଚ ଶ୍ରବଣଯୁକ୍ତ ଡିଜେ ବଜାଇବା, ବାୟୁମଣ୍ଡଳ ଗ୍ୟାସ ବିଶେଷ ହେବା ଆଦି ଉପରେ କଟକଣା ଜାରି କରିଛନ୍ତି। ଏହି ନିୟମକୁ ଉଲ୍ଲଂଘନ କଲେ ଶୣଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୣଷ୍ଠି କରିବା ଲାଗି ପରାମର୍ଶ ମଧ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *