ଗୋଟିଏ ଜାଗାରେ ୩ ବର୍ଷ ଚାକିରି ପରେ ବଦଳି

କେସିଙ୍ଗା- ୧୯/୯ ଆଜି ରାଜ୍ୟ ସରକାର ସରକାରୀ କର୍ମଚାରୀ ଙ୍କ ବଦଳି ନିମନ୍ତେ ନୂତନ ସର୍କୁଲାର ଜାରି କରିଛନ୍ତି। ଜଣେ କର୍ମଚାରୀ ଗୋଟିଏ ପୋଷ୍ଟରେ ୩ ବର୍ଷ କାଳ କଲାପରେ ତା’ର ବଦଳି କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ଯେଉଁ କର୍ମଚାରୀ ନୂତନ ଭାବେ ପୋଷ୍ଟିଂ ହେବ, ତାଙ୍କୁ ନିଜ ଜିଲ୍ଲାରେ ଓ ବ୍ଲକରେ ନିଯୁକ୍ତି ଦିଆଯିବ ନାହିଁ। ରାଜ୍ୟ ରାଜସ୍ବ ବିଭାଗ ଏହି ନିୟମ ଜାରି କରିଥିବା ବେଳେ ଶିକ୍ଷା ବିଭାଗ ମଧ୍ୟ ଏହିପରି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସେହିପରି ଜଣେ ଶିକ୍ଷକ ଗୋଟିଏ ସ୍କୁଲରେ ୩ ବର୍ଷ ଚାକିରୀ କଲାପରେ ସେ ବଦଳି ହୋଇପାରିବେ। କିନ୍ତୁ ଉକ୍ତ ଶିକ୍ଷକ ସେହି ସ୍କୁଲରେ ୬ ବର୍ଷରୁ ଉର୍ଦ୍ଧ୍ୱକାଳ ସେଠାରେ ରହିପାରିବେ ନାହିଁ। ଅନ୍ୟପକ୍ଷେ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ୪୨୪ ଜଣ ଶିକ୍ଷକଙ୍କୂ ଆଜି ବିଭାଗୀୟ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷ ନିଳମ୍ବିତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *