କେସିଙ୍ଗା ନଗର ବିଜେପି ପକ୍ଷରୁ ସେବାପକ୍ଷ ପାଳନ

କେସିଙ୍ଗା- ୨୧/୯। ସେପ୍ଟେମ୍ବର ୧୭ ତାରିଖ ଦିନ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ କେସିଙ୍ଗା ନଗର ବିଜେପି ପକ୍ଷରୁ”ସେବା ପକ୍ଷ ” ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେସିଙ୍ଗା ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ୱରେ
ଆଜି ୱାର୍ଡ ନମ୍ବର ତିନି ଓ ଚାର ରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ହାତରେ ଗ୍ଲୋବ ଓ ମୁହଁ ରେ ମାସ୍କ ପିନ୍ଧି ସମସ୍ତେ ସଫେଇ ଅଭିଯାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନମିତା ରାଣୀ ସାହୁ, ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ସମ୍ପାଦକ ଯୁଗଳ କିଶୋର ଦୀପ, ଉପସଭାପତି ପ୍ରୀତେଶ ପଟେଲ ,ସଚିନ ଜୈନ, ୱାର୍ଡ ନମ୍ବର ଚାରି କାଉନସିଲର ଧରଣୀଧର ନାୟକ, କମଳାକାନ୍ତ ସାହୁ, ଯାଜ୍ଞସେନୀ ସାହୁ, ଲକ୍ଷ୍ମୀ ହେର୍ଣ୍ଣା ,ଜୟନ୍ତୀ ଗହୀର, ମଞ୍ଜୁଳା ନାୟକ ଓ ମେଘନାତ ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *