କେସିଙ୍ଗା -୨୩/୯ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସିର ଆମ୍ବେଦକର ଛକ – କଲେଜ ରୋଡ଼ ରାସ୍ତାର ଜଗନ୍ନାଥ ପଡା ୟୁପି ସ୍କୁଲ ଛକ ଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତା ଖାଲଖମା ପୂର୍ଣ୍ଣ ଶୋଚନୀୟ ହୋଇପଡିଥିବା ନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି ଗତ ୪ ତାରିଖରେ ୧୯୨୯ ହେଲ୍ପଲାଇନ ମାଧ୍ୟମରେ ସରକାରଙ୍କ ଦୣଷ୍ଟି ଆକର୍ଷଣ କରିଥିଲେ। ତେବେ ସରକାରଙ୍କ ଦୂରଦୣଷ୍ଟି ଅଭାବ ଓ ବିନା ଅନୁଦାନରେ ରାସ୍ତା ମରାମତି ପାଇଁ ଏନଏସି କର୍ତ୍ତୣପକ୍ଷଙ୍କୁ ନିର୍ଦେଶ ଦେଇଥିବା କାର୍ଯ୍ୟାଳୟର ଜନୈକ କର୍ମଚାରୀ ଓ ଚେୟାରମ୍ୟାନଙ୍କ ସୂତ୍ରରୁ ଜଣାପଡିଛି। କିନ୍ତୁ ୧୯୨୯ ହେଲ୍ପଲାଇନରେ ଗତ ୨୨ ତାରିଖରେ ବସିଥିବା ଉକ୍ତ କର୍ମଚାରୀ କହିଥିଲେ ଯେ ଉକ୍ତ ପ୍ରକଳ୍ପ ପାଇଁ ଗତ ୧୩ ତାରିଖରେ ଆପ୍ରୋଭାଲ କରାଯାଇ କାମ ଶେଷ ହୋଇଥିବା ନେଇ ବିଭାଗୀୟ କର୍ତ୍ତୣପକ୍ଷ ଓ ତହସିଲଦାର ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ଶାସନ ଭାର ଗ୍ରହଣ ଦିନ ଠାରୁ କେସିଙ୍ଗା ଏନଏସିରେ ଉନ୍ନୟନ କାର୍ଯ୍ୟ ପାଇଁ ଆଜିଯାଏ ଟଙ୍କାଟିଏ ଦେଇନଥିବା ଏନଏସି ଚେୟାରମ୍ୟାନ ନୣପରାଜ ଯାଦବ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏଣୁ କେସିଙ୍ଗା ଏନଏସିରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ତେଣୁ ରାଜ୍ୟ ସରକାର କେସିଙ୍ଗା ଏନଏସିର ଉନ୍ନୟନ କାର୍ଯ୍ୟ ପାଇଁ ତୁରନ୍ତ ଅନୁଦାନ ମଞ୍ଜୁର କରିବାକୁ ସହରବାସୀ ଦାବି କରିଛନ୍ତି।