ଏଫସିଆଇ କର୍ତ୍ତୣପକ୍ଷଙ୍କ ନାଁ ରେ ମିଲର୍ସ ଓ ଶ୍ରମିକମାନେ ଆଣିଲେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

କେସିଙ୍ଗା ୧୧/୧୦- ଏଫସିଆଇ କର୍ତ୍ତୣପକ୍ଷଙ୍କ ଦୁର୍ନୀତିଖୋର ମନୋବୁର୍ତ୍ତି ଯୋଗୁଁ ଆଗାମୀ ଦିନରେ ଖରିଫ ଧାନ ଅମଳ ସଂଗ୍ରହ ସମୟରେ ଚାଷୀମାନେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ମିଲର୍ସମାନଙ୍କ ଅଭିଯୋଗ କ୍ରମେ ଓଭରଲୋଡିଂ ଚାଉଳ ସଂଗ୍ରହ ନିମନ୍ତେ ଏଫସିଆଇ କର୍ତ୍ତୣପକ୍ଷ ଲଟ୍ ପିଛା ୧୫ ହଜାର ଟଙ୍କା ଦାବି କରୁଥିବା ବେଳେ ପ୍ରତି ଶ୍ରମିକ ମାନଙ୍କ ଠାରୁ ଲଟ୍ ପିଛା ୫୦୦ ଟଙ୍କା ଦାବି କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ତଥାପି ମିଲର୍ସମାନେ ଇଚ୍ଛା ନଥାଇ ମଧ୍ୟ ବର୍ତ୍ତମାନ ଚାଉଳର ମାନ ଏବଂ ଅନ୍ୟାନ୍ୟ ବାବଦ ଲଟ୍ ପିଛା ୩୫୦୦ଟଙ୍କା ଦେଉଥିଲେ ମଧ୍ୟ ବିଭିନ୍ନ ବାହାନା କରି ଏଫସିଆଇ କର୍ତ୍ତୣପକ୍ଷ ଗାଡି ଅନଲୋଡିଁ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଜନୈକ ମିଲ୍ ମାଲିକ ପ୍ରକାଶ କରିଛନ୍ତି। ଯାହା ଫଳରେ ଏବେ ସୁଦ୍ଧା ଖରିଫ ଧାନର ୬ ଲକ୍ଷ କ୍ୟୁଣ୍ଟାଳ ଚାଉଳ ଦେବାକୁ ବାକି ଥିଲାବେଳେ ଅକ୍ଟୋବର ମାସ ଅଧା ହେବାକୁ ବସିଲାଣି ଅଥଚ ରବି ଫସଲ ବାବଦ ୧୩ ଲକ୍ଷ କ୍ୟୁଣ୍ଟାଲ ଦେବାକୁ ଥିବା ଚାଉଳ ଦେଇପାରିନାହୁଁ। ଏଣୁ ଗୋଦାମରେ ଦୁଇ ଋତୁର ଧାନ ଥିବାରୁ ଆଉ ମାସକ ପରେ ଖରିଫ ଧାନ ସଂଗ୍ରହରେ ବାଧା ସୣଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ଏ ବିଷୟରେ ମିଲର୍ସମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅନ୍ୟପକ୍ଷେ ଏଫସିଆଇ କର୍ତ୍ତୣପକ୍ଷ ଶ୍ରମିକ ମାନଙ୍କୁ ଲଟ୍ ପିଚ୍ଛା ୫୦୦ ଟଙ୍କା ମାଗୁଥିବା ନେଇ ଟିଟିଲାଗଡ଼ର ପଣ୍ୟାଗାର ନିଗମ ଡିଏମଙ୍କ ନିକଟରେ ଗୁରୁତର ଲିଖିତ ଅଭିଯୋଗ କରିଛନ୍ତି । ତେଣୁ ଏହିସବୁ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏଫସିଆଇରେ ହେଉଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *