କେସିଙ୍ଗା ୧୪/୧୦ ଗତ କିଛିଦିନ ତଳେ ଜନୈକ ଗଣମାଧ୍ୟମ ପ୍ରତିନିଧି ଏକ ସମ୍ବେଦନଶୀଳ ସ୍ଥାନ ଓ ଘଟଣା ଉପରେ ପିସିଆର ଭ୍ୟାନ୍ ରେ ଯାଇଥିବା ପୁଲିସଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ ସେମାନେ ସେଥିପ୍ରତି ଧ୍ୟାନ ଦେଇନଥଲେ। କିନ୍ତୁ ସେହି ସ୍ଥାନ ଓ ଘଟଣା ପ୍ରତିଦିନ ସେଠାରେ ପୁନଃରୁବୣତ୍ତି ହେଉଥିବାରୁ ଏଠାରେ ବସବାସ କରୁଥିବା ପରିବାର ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଏଥିପ୍ରତି ସ୍ଥାନୀୟ ପୁଲିସ ପ୍ରଶାସନ ଧ୍ୟାନ ଦେଇ ପ୍ରତିଦିନ ପିସିଆର୍ ଭ୍ୟାନ୍ ଏହି ଅଞ୍ଚଳ ରାତ୍ର ୭ଟା ରୁ ୧୧ ଟା ଭିତରେ ଗସ୍ତ କରିବା ପାଇଁ ଏଠାରେ ବସବାସ କରୁଥିବା ପରିବାର ଲୋକେ ଦାବି କରିଛନ୍ତି।