ପ୍ରସିଦ୍ଧ ମା ଯୋଗମାୟା ଶକ୍ତି ପୀଠରେ ଚଣ୍ଡୀପୂଜା ପାଳିତ

କେସିଙ୍ଗା-୧୭/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡା ସ୍ଥିତ ମା ଯୋଗମାୟା ଶକ୍ତିପୀଠ ରେ ଚଣ୍ଡୀ ପୂଜା ମହାସମାରୋହରେ ଶେଷ ହୋଇଯାଇଛି । ସକାଳୁ କାଳୀସି ଲାଗି ଗ୍ରାମ ପରିଭ୍ରମଣ କରିଥିଲେ । ଭକ୍ତମାନେ ଅଧିହା ପଡ଼ିଥିଲେ । ପରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ କାଳୀସି କଣ୍ଟା ଦୋଳି ସହିତ ତ୍ରିଶୁଳରେ ଶବାର ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପରେ ବଳି ଦିଆଯାଇଥିଲା । ମାନସିକ ଧାରୀ ଭକ୍ତ ମାନେ ବୋଦା,କୁକୁଡ଼ା ବଳି ଦେଇଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *