
ନର୍ଲା-୨୪/୨ ,(ପ୍ରଦୀପ କୁମାର ଗଉଡ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସ୍ଥିତ ଡୁମେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୁଲ୍ୟରେ ଚିତ୍ରକଳା ମାଧ୍ୟମରେ ସ୍ବଚ୍ଛତା ଅଭିଯାନ ଓ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବହିଦାର , ସ୍କୁଲର ସହକାରୀ ଶିକ୍ଷକ ବିନୋଦ ବିହାରୀ ବିଶି, ଲୋଟସ ତ୍ରିପାଠୀ, ଶୁଭଶ୍ରୀ ମାଝୀ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସଦସ୍ୟ ଅସୀମ ଭୋଇ , ଯୁବ ଜ୍ୟୋତି କ୍ଲବର ସଦସ୍ୟ ପିଙ୍କୁ ବିଶ୍ଵାଳ ତଥା ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।