ଶ୍ୟାମ ବାବାଙ୍କ ଫାଲଗୁନ ମେଳା ଉପଲକ୍ଷେ ପଦଯାତ୍ରା

ନର୍ଲା -୨୭/୨ (ପ୍ରଦୀପ କୁମାର ଗଉଡ) ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ରୁ ପଲସାପଡା ପର୍ଯ୍ୟନ୍ତ ଶ୍ୟାମବାବାଙ୍କ ନିଶାନ ପଦ ଯାତ୍ରା ଏବଂ ଫାଲଗୁନ ମେଳା ଆୟୋଜିତ ହୋଇଯାଇଛି | ରୁପ୍ରାରୋଡ ଜଗଜୀବନ ଛୋଟେ ଲାଲ (ଶ୍ୟାମ ପରିବାର ) ଘର ଠାରୁ ବାବାଙ୍କ ନିଶାନ ପଦ ଯାତ୍ରା ଆରମ୍ଭ ହୋଇ ପଲସାପଡା ଶ୍ୟାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା | ପ୍ରକାଶ ଯୋଗ୍ୟ ଯେ ଏହି ଶ୍ୟାମ ମନ୍ଦିର ୧୯୭୪ ମସିହାରୁ ସ୍ଥାପିତ ହୋଇଅଛି। ଓଡିଶାରେ ଏହା ଅତି ପୁରୁଣା ,ବାବାଙ୍କ ମନ୍ଦିର ବୋଲି ସୂଚନା ମିଳିଛି | ଏହି ପଦ ଯାତ୍ରାରେ ଶ୍ୟାମ ପରିବାରର ସମସ୍ତ ସଦସ୍ୟ ରୁପ୍ରାରୋଡ, ଧର୍ମଗଡ଼, ଜୁନାଗଡ, କେସିଙ୍ଗା, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ଲଡ଼ୁଗାଁ, ବରଗଡ, ଟିଟିଲାଗଡ଼ ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇ ଥିଲେ | ମଙ୍ଗଳ ଆଳତି କରି ବାବାଙ୍କୁ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରି ଭଜନ ଓ ଜୟଗାନ କରି ମନ୍ଦିରକୁ ଅଣା ଯାଇଥିଲା | ସେହିପରି କେସିଙ୍ଗାରୁ ପଲସାପଡା ପର୍ଯ୍ୟନ୍ତ ଶ୍ରୀ ଶ୍ୟାମ ଭକ୍ତଙ୍କ ୨୧ କି.ମି. ପଦଯାତ୍ରାର ଭବ୍ୟ ଶୁଭାରମ୍ଭ ପ୍ରଥମ ବର୍ଷ ଆଜି ଶ୍ରୀ ଶ୍ୟାମ ମନ୍ଦିର କେସିଂଗାରୁ ୧୪ଟି ନିଶାନ ସହ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପଦଯାତ୍ରାର ଭବ୍ୟ ଶୁଭାରମ୍ଭ ହୋଇଛି। ଅପାର ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୨୧ କିଲୋମିଟର ଦୂର ଅବସ୍ଥିତ ଶ୍ରୀ ଶ୍ୟାମ ମନ୍ଦିର ପଲସାପଡା ପର୍ଯ୍ୟନ୍ତ ପହଞ୍ଚି ସମାପ୍ତ ହୋଇଥିଲା।ପଦଯାତ୍ରା ସମୟରେ “ଜୟ ଶ୍ରୀ ଶ୍ୟାମ” ଧ୍ୱନିରେ ପରିବେଶ ମୁଖରିତ ହୋଇଯାଇଥିଲା। ଭକ୍ତମାନେ ନିଶାନ ବହନ କରି ଭଜନ-କୀର୍ତନ ସହ ଆଗକୁ ବଢ଼ୁଥିଲେ, ଯାହା ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ଭାବବିହ୍ୱଳକର ଥିଲା।ପଲସାପଡା ପହଞ୍ଚିବା ପରେ ସମସ୍ତ ଶ୍ୟାମ ଭକ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ ଭକ୍ତମାନଙ୍କ ପାଇଁ ଜଳପାନର ଉତ୍ତମ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବାବା ଶ୍ୟାମଙ୍କ ଭକ୍ତିରେ ମଗ୍ନ ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦମୟ ଓ ମନୋହର ହୋଇଥିଲା। ରୁପ୍ରାରୋଡ ଶ୍ୟାମ ଭକ୍ତ ରାଧେଶ୍ୟାମ ଶର୍ମା, ରାମ ଚନ୍ଦ୍ର ଶର୍ମା, ଶ୍ୟାମ ସୁନ୍ଦର ଶର୍ମା, ଅଶୋକ କମାନୀ, ଦୀନେଶ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ସୁନୀଲ ଶର୍ମା, ସୁରେଶ,ପୱନ, ଅମିତ, ସନ୍ଦୀପ, ସୁମିତ, ପ୍ରଦୀପ, ପ୍ରମୋଦ, ଭବାନୀ,ମୁକେଶ ଏବଂ ଶ୍ୟାମ ପରିବାରର ଭକ୍ତ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *