ଭବାନୀପାଟଣା/ସଦର ବ୍ଲକ ଅନ୍ତର୍ଗତ ଟିକରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପଦ୍ମନ ମହାରଣା ,ଓ ଜୁନାଗଡ ବ୍ଲକ କାରଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ ପଣ୍ଡା ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଦିଆଯିବା ପାଇଁ ଶିକ୍ଷକ ଭବନ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି. ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷକ ସଂଘ ରାଜ୍ଯ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ଜିଲା ସଭାପତି ବିରେନ୍ଦ୍ର ବାଗ, ସଦର ବ୍ଲକ ସଭାପତି ମଧୁସୂଦନ ପ୍ରଧାନ, ପ୍ରଦ୍ୟୁମ୍ନ ହୋତା ,ସୁପ୍ରଭା ପଟ୍ଟନାୟକ, ଶଙ୍କର ବିଶି, ସୁଶାନ୍ତ ସ୍ଵାଇଁ,କୁଞ୍ଜ ବିହାରୀ ମିଶ୍ର , ଟୁନା ସ୍ଵାଇଁ ,ଅଜିତ ନାୟକ ପ୍ରମୂଖ ଉପସ୍ଥିତ ରହି ଉଭୟ ଶିକ୍ଷକଙ୍କ ଚାକିରୀ ସମୟରେ କରିଥିବା ସୁ ଗୁଣାବଳୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ.