ଅହଲ୍ୟା ପାଇଲେ ସୁସ୍ଥ ଗାଁ ପୁରସ୍କାର

ଭବାନୀପାଟଣା,୨୨//୦୧ ଜିଲ୍ଲାସ୍ତରୀୟ ” ଆଶା ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ” ସମ୍ମିଳନୀ ୨୦୨୪-୨୫ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ କଳାହାଣ୍ଡି ଜିଲ୍ଲା, କଲମପୁର ବ୍ଲକ ଅନ୍ତର୍ଗତ ବାବୁ କେନ୍ଦୁଗୁଡା ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଅହଲ୍ୟା ସାହୁଙ୍କୁ ସୁସ୍ଥ ଗାଁ ଗଠନ କ୍ଷେତ୍ରରେ ତାଙ୍କର ଉଦ୍ୟମ ଓ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବାସ୍ଥ୍ୟ ସେବାର ସହଭାଗୀତାକୁ ଉଚ୍ଚ ପ୍ରଶଂସା କରିବା ସହିତ ଶ୍ରୀମତୀ ସାହୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସୁସ୍ଥ ଗାଁ ପୁରସ୍କାର ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀମତୀ ଅହଲ୍ୟା ସାହୁ ଜଣେ ଅଙ୍ଗନୱାଡ଼ି କର୍ମୀ ଭାବରେ ଦାୟିତ୍ଵ ତୁଲାଉ ଥିଲେ ହେଁ ନିଶା ତାଙ୍କର ସମାଜସେବା । ସେ ଜଣେ ନିଷ୍ଠାପର କର୍ତ୍ତବ୍ୟରତ ଅଙ୍ଗନୱାଡ଼ି କର୍ମୀ ଭାବେ ଦୀର୍ଘ ଦିନରୁ ସେବା ପ୍ରଦାନ କରି ଆସୁଥିବା ବେଳେ, କରୋନା ମହାମାରୀ ସମୟରେ ମଧ୍ୟ ବିଚଳିତ ନହୋଇ ନିଜର କାର୍ଯ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ମାନବ ସେବା କରି ଅଞ୍ଚଳରେ କରୋନା ଯୋଦ୍ଧା ସାଜିଥିଲେ । ଶ୍ରୀମତୀ ସାହୁ ଅନେକ ଜନ ସଚେତନତା ସୃଷ୍ଟି କରିବା ସହ ଅନେକ ସ୍ଥାନ, ରାସ୍ତାଘାଟ ତଥା ଘର ଘର ବୁଲି ମାଗଣାରେ ଜନ ସାଧାରଣଙ୍କୁ ମାସ୍କ, ହତଧୁଆ ସାବୁନ ଦେଇଥିବା ନଜରକୁ ଆସିଥିଲେ। ନିଜର ପ୍ରତିକ୍ରିୟାରେ ଅହଲ୍ୟା ସାହୁ କହିଛନ୍ତି ଶେଷ ନିଃଶ୍ୱାସ ଥିବାଯାଏ ସମାଜସେବା କ୍ଷେତ୍ରରେ ମୁଁ ନିଜକୁ ଉତ୍ସର୍ଗ କରିବି ବୋଲି କହିଥିଲେ । ଏଭଳି ଅଙ୍ଗନୱାଡ଼ି ଦିଦିଙ୍କୁ ପାଇ ଜନସାଧାରଣ ଖୁସି ହେବା ସହ ଭୂୟସୀ ପ୍ରଶଂସା କରିଥିଲେ। ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅହଲ୍ୟା ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *