ନର୍ଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନର୍ଲା (ପ୍ରଦୀପ କୁମାର ଗଉଡ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମ୍ମିଳନୀ କକ୍ଷରେ ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦିପ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ନର୍ଲା ତହସିଲଦାର୍ ବଳଦେବ ବେହେରାଙ୍କ ସହିତ ବିଭିନ୍ନ ସ୍କୁଲ୍ କଲେଜର ଶିକ୍ଷକ, ଅଧ୍ୟାପକ, ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ , ନର୍ଲା ପୋଲିସ୍, ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ଆଗକୁ ହେବାକୁ ଥିବା ସାଧାରଣ ତନ୍ତ୍ର ଦିବସ ଅବସରରେ ଭୋର ସମୟରେ ପ୍ରଭାତ ଫେରି ସହ ପତାକା ଉତ୍ତୋଳନ ସମୟରେ ଛାତ୍ରଛାତ୍ରୀଙ୍କ ପ୍ୟାରେଡ୍ ଅଭ୍ୟାସ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସ୍କୁଲ୍ କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ କାର୍ଯ୍ୟକ୍ରମ ପାଇଁ ସବ୍ କମିଟୀମାନ ଗଠନ କରି ସମସ୍ତଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *