ଓଜେଇ ପକ୍ଷରୁ କେସିଙ୍ଗା ରେ ଜାତୀୟ ପ୍ରେସ ଦିବସ ପାଳିତ

କେସିଙ୍ଗା ତା ୧୭/୧୧ କଳାହାଣ୍ଡି ଜିଲ୍ଲା ଓଡ଼ିଶା ଜର୍ନାଲିଷ୍ଟ ୟୁନିୟନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟୀ ସଭାଗୣହରେ ଜାତୀୟ ପ୍ରେସ ଦିବସ ଜିଲ୍ଲା ସଭାପତି ନିରୋଜ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଗତକାଲି ପାଳିତ ହୋଇଯାଇଛି। ୟୁନିଅନର ସାଧାରଣ ସମ୍ପାଦକ ତୁମେଶ୍ୱର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥ୍‌ ଭାବରେ କେସିଙ୍ଗା ବ୍ଲକ ଅଧ୍ଯକ୍ଷ ଚନ୍ଦନ ସେନାପତି, ସମ୍ମାନିତ ଅତିଥ୍‌ ଭାବରେ କେସିଙ୍ଗା ଆଦର୍ଶ ଥାନାର ଏସଡିପିଓ ସନ୍ଦୀପ କୁମାର ମାଝୀ ଓ ମୁଖ୍ୟ ବକ୍ତା ଭାବରେ କେସିଙ୍ଗା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ବି .ଚନ୍ଦ୍ରଶେଖର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ପ୍ରେସ ଦିବସର ମୂଳ ଉଦ୍ଦେଶ୍ୟ ଏବଂ ର ମହତ୍ତ୍ଵ ଉପରେ ଅତିଥିମାନେ ନିଜସ୍ଵ ମତ ପ୍ରକାଶ କରିଥିଲେ।ଏହି ଉପଲକ୍ଷେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଲଳିତ କୁମାର ଅଗ୍ରୱାଲ ଓ ସାମ୍ବାଦିକ କ୍ଷେତ୍ରରେ ପଲମର ବରିଷ୍ଠ ସାମ୍ବାଦିକ ଭିକାରୀ ଗୌଡ଼ ଙ୍କୁ ୟୁନିୟନ୍ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅତିଥୁ ମାନେ ନିଜ ଅଭିଭାଷଣରେ ସାମ୍ବାଦିକ ର ଧର୍ମ ଓ ସଠିକ ଖବର ପ୍ରସାରଣ ଉପରେ ଗୁରୁତ୍ୱାରୋପ ଦେଇ ଠିକ୍ ଖବର ଓ ନିରପେକ୍ଷ ଖବର ପ୍ରସାରଣ ପାଇଁ ଖବରଦାତା ମାନଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *