ଡିସେମ୍ବର ୨୭ ଓ ୨୮ ରେ ବୁଢାଡଙ୍ଗର ଲୋକ ମହୋତ୍ସବ

କେସିଙ୍ଗା ୧୯/୧୧ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥୁବା ରାଜ୍ୟ ସ୍ତରୀୟ ବୁଢା ଡଙ୍ଗର ଲୋକ ମହୋତ୍ସବ ଆସନ୍ତା ଡିସେମ୍ବର ୨୭ ଓ ୨୮ ଦୁଇ ଦିନ ଧରି ହେବ। ଏଥିପାଇଁ ସ୍ଥାନୀୟ ଅନୁଷ୍ଠାନ ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଏଥର ଲୋକ ନୃତ୍ୟ ସାଙ୍ଗରେ ସେଲିବ୍ରେଟିଙ୍କୁ ଆଣିବା ପାଇଁ ନିଷ୍ପତ୍ତି ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ ଦଳମାନଙ୍କୁ ନିମନ୍ତ୍ରଣ କରି ଆଣିବା ପାଇଁ ନିଷ୍ପତ୍ତି ହୋଇଛି। ଦୁଇ ଦିନରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ , ସାଂସଦ ,ବିଧାୟକଙ୍କୁ ଅତିଥି ଭାବରେ ଆଣିବା ପ୍ରସ୍ତୁତି ହୋଇଛି। ସେଇପରି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା,ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା, ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ, ରାଜ୍ୟସ୍ତରୀୟ ଚିତ୍ର କଳା ପ୍ରଦର୍ଶନୀ କରିବା ସହିତ ସୋଭିନିୟର ପ୍ରକାଶ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।ପ୍ରତିବର୍ଷ ଭଳି ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ ହେବାର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ପୂଜ୍ୟ ପୂଜାରେ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ଵର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଉତ୍ସବକୁ ସଫଳ କରିବା ପାଇଁ ୧୦ ଗୋଟି କମିଟି କରାଯାଇଛି। ଏହି କମିଟିରେ ଅନୁଷ୍ଠାନର ସଭ୍ୟ ସଭ୍ୟା ସହ ବିଭିନ୍ନ ବର୍ଗର ଲକୋଙ୍କୁ ସାମିଲ କରାଯାଇଛି। ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଉପଦେଷ୍ଟା ଅମୀୟ ନନ୍ଦ, କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ, କୋଷାଧ୍ୟକ୍ଷ ବିକ୍ରମ ବାରିକଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *