
କଲମପୁର-୧୮/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅମୋହମଣୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି । କଲେଜର ସଂଯୋଜକ ବରିଷ୍ଠ ଅଧ୍ୟାପକ ବିଭୁତି ଭୂଷଣ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଅମୋହମଣୀ କଲେଜ ଓ ଧନ୍ଦାମୂଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ୮ଦିନ ଧରି ଚାଲିଥିବା ବେଳେ ଉଦଯାପନୀ ଉତ୍ସବରେ ଅର୍ଥନୀତି ଅଧ୍ୟାପକ ମଳୟ ମହାକୁଡ଼ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପିକା ଯଶୋଦା ପୁଝାରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜବନ ଜୌତି ପ୍ରଧାନ ଓ ସୁଚିସ୍ମିତା ବେହେରା ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।