କଳାହାଣ୍ଡି ଜିଲ୍ଲା ସଂସ୍କୃତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ

ଭବାନୀପାଟଣା – ୧୯/୧ ଗତକାଲି କଳାହାଣ୍ଡି ଜିଲ୍ଲାର ନୂତନ ସଂସ୍କୃତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିନିମନ୍ତେ ରଜ୍ୟ ସରକାରଙ୍କ ୫,୪୯,୯୫,୨୦୦ ଟଙ୍କା ମଞ୍ଜୁର କରିଛନ୍ତି। ସ୍ଥାନୀୟ ଆଇନ ମହାବିଦ୍ୟାଳୟ ନିକଟରେ ନିର୍ମାଣ ହେବାକୁ ଥିବା ନୂତନ ସଂସ୍କୃତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଯୋଗଦେଇ ଥିଲେ। ନୂତନ ସରକାର ଆସିଲା ପରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସଂସ୍କୃତି ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଯୋଗ ଦେଇ କଳାହାଣ୍ଡିରେ ଲୋପ ପାଇଯାଉଥିବା ନୃତ୍ୟ, କଳା, ସଙ୍ଗୀତ, ନାଟକ ଓ କଳାକାରଙ୍କର ବିକାଶ ଓ ଉନ୍ନତି ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରିରହିଛି ଏବଂ ଏଥିପାଇଁ କଲଚର୍ ପଲିସ୍ ରେ ରଖାଯାଇଛି। ଲୋକଙ୍କର ସୁବିଧା ପାଇଁ ନୂତନ ନିର୍ମାଣ ହେବାକୁ ଥିବା ସଂସ୍କୃତି ଭବନରେ ଇ ଲାଇବ୍ରେରୀର ବ୍ୟବସ୍ଥା ରଖାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ସୂରଜ ସୂଚନା ଦେଇଥିଲେ। ଜିଲ୍ଲାର ଶିକ୍ଷା, ସାହିତ୍ୟ, ସଂସ୍କୃତି, କ୍ରୀଡା ଓ ଯୁବ ସେବାର ବିକାଶ ଓ ଉନ୍ନତି ପାଇଁ ସରକାର ଗୁରୁତ୍ଵ ଦେଇ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ପ୍ରକାଶ କରିଥିଲେ। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଷୀ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗଦେଇ ଥିଲେ। କଳାହାଣ୍ଡି ଉତ୍ସବ ଘୁମୁରାର ଉଦଯାପନୀ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସୂରଜ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ସଂସ୍କୃତି ଭବନ ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମାନ୍ୟବର ମନ୍ତ୍ରୀଙ୍କୁ ଜ଼ିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ଅଧିକ ପ୍ରସାର ପ୍ରଚାର କରିବା ସହିତ ବିଶ୍ଵ ଦରବାରରେ କିପରି ପହଞ୍ଚିବ ସେଥିପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂରଜ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ସଂସାଦ ମାଳବିକା ଦେବୀ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂରଜ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ପ୍ରମୂଖ କ୍ରୀଡାବିତ୍, କଳାକାର, କଳକାର ସଂଘର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ କଳା, ସଂସ୍କୃତି ଓ କ୍ରୀଡ଼ା ର ବିକାଶ ଓ ଉନ୍ନତି ନିମନ୍ତେ ଆବଶ୍ୟକ ଭିତ୍ତିଭୂମି, ସହାୟତା ପ୍ରଦାନ ନିମନ୍ତେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିରେ ସାଂସଦ ମାଳବିକା ଦେବା, ବିଧାୟକ ଧର୍ମଗତ ସୁଧୀର ପାଟଯୋଷୀ, ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *