କଳାହାଣ୍ଡି ଜିଲ୍ଲାରେ ମାଳ ମାଳ ବେଆଇନ ପାଥୋ ଲ୍ୟାବ୍

କେସିଙ୍ଗା-୮/୯ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ବେଆଇନ ପାଥୋ ଲ୍ୟାବ୍ ଚାଲିଥିଲେ ହେଁ ବିଭାଗୀୟ କର୍ତ୍ତୣପକ୍ଷ ନିରବ। ଏ ସମ୍ପର୍କରେ ଜନୈକ ଗଣମାଧ୍ୟମ ପ୍ରତିନିଧି ପ୍ରମାଣ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ଚିଠି କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏମାନଙ୍କ ସହ ଭିତିରି ସମ୍ପର୍କ ଥିବା ଅନୁମାନ କରାଯାଉଛି। ଏମାନେ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଖେଳ। ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ମାଲେମାଲ ହେଉଥିବା ବେଳେ ଏହି ଅର୍ଥର କିଛି ଭାଗ ବିଭାଗୀୟ ଉଚ୍ଚ କର୍ତ୍ତୣପକ୍ଷଙ୍କୁ ମୁହଁ ବନ୍ଦ କରାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପଟେ ବର୍ଷ ବର୍ଷ ଧରି ବିନା ସ୍ବୀକୣତ୍ରିପତ୍ରରେ ଶହ ଶହ ପାଥୋ ଲ୍ୟାବ୍ ରକ୍ତ ପରୀକ୍ଷା କରୁଛନ୍ତି ତାହା ଜନମାନସରେ ପ୍ରଶ୍ନବାଚୀ ସୣଷ୍ଟି କରିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗୀୟ କର୍ତ୍ତୣପକ୍ଷ ଜାଣିକି ଅଜଣା ଭଳି ଚୁପଚାପ ରହିଛନ୍ତି। ତେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହିସବୁ ବେଆଇନ ପାଥୋ ଲ୍ୟାବ୍ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେବ ତାହା ଦେଖିବାକୁ ବାକି ରହିଲା!

Leave a Reply

Your email address will not be published. Required fields are marked *