
କେସିଙ୍ଗା -୨୬/୬ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳ ବିଭିନ୍ନ ସମସ୍ୟାରେ ଜର୍ଜରିତ। ଏଥିପାଇଁ କେସିଙ୍ଗା ସହରରେ ଗଠିତ ବିଭିନ୍ନ ସଂଗଠନ ଅନେକ ଫୋରମରେ ଦାବି ଉପସ୍ଥାପନ କରିଆସୁଛି। ଏପରିକି ଅନେକ ସଂଗଠନ ଗୋଟିଏ ଗୋଟିଏ ସମସ୍ୟାକୁ ନିଜ ନିଜ ଦାବି ମଧ୍ୟରେ ରଖି କିଏ ମନ୍ତ୍ରୀ ଓ ନେତାମାନଙ୍କ ନିକଟରେ ଉପସ୍ଥାପନ କରୁଛନ୍ତି ତ କିଏ ହରତାଳ ମାଧ୍ୟମରେ ତ କିଏ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡିଶା ଙ୍କ ନିକଟରେ ଜନସ୍ବାର୍ଥ ମାମଲା ରୁଜୁ କରି ଚାପ ସୣଷ୍ଟି କରୁଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ଓ ସରକାର ଏହାର ଫାଇଦା ନେଉଛନ୍ତି। ନିକଟରେ କେସିଙ୍ଗା ସଚେତନ ନାଗରିକ ମଞ୍ଚ ଅଞ୍ଚଳର ୧୦ଟି ସମସ୍ୟାର ସମାଧାନ ପାଇଁ ୭ ଦିନ କାଳ ଧରି ହରତାଳ କରିଆସୁଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। ଏମାନଙ୍କର ଦାବିଗୁଡିକ ଯଥାର୍ଥ ହୋଇଥିଲେ ହେଁ, ଖେଚୁଡ଼ି ପରି ଦାବି କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଯେ କୌଣସି ସଂଗଠନ ଗୋଟିଏ କିମ୍ବା ଦୁଇଟି ସମସ୍ୟାର ସମାଧାନ ପାଇଁ ଦାବି କଲେ ଶାସିତ ରାଜ୍ୟ ସରକାର କିଛି ବିଚାର କରିପାରନ୍ତି। ତାହା ପୁଣି ରାଜ୍ୟ ସରକାରଙ୍କ ଅଧୀନ ହେବା ଉଚିତ। କିନ୍ତୁ ସଚେତନ ନାଗରିକ ମଞ୍ଚ, କେସିଙ୍ଗା ତରଫରୁ କରାଯାଇଥିବା ଦାବିଗଡିକ ମଧ୍ୟରୁ କେଉଁଟା କେନ୍ଦ୍ର ସରକାର ଅଧୀନରେ ରହିଛି ତ ଆଉ କେଉଁଟା ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ଏପରି ହେଲେ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଜଟିଳ ଦିଗକୁ ଗତି କରୁଛି। ତେବେ କୌଣସି ସଂଗଠନ ଅଞ୍ଚଳର ଜନସାଧାରଣଙ୍କୁ ବିଶ୍ୱାସକୁ ନନେଇ କିପରି ଆମ ସଂଗଠନ ଆଗତୁରା ହେବ ସେନେଇ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିବାରୁ ସାଧାରଣରେ ସମାଲୋଚନାର ଶରବ୍ୟ ହେଉଛନ୍ତି। ଅପରପକ୍ଷରେ ସଚେତନ ମଞ୍ଚ ନାଗରିକ, କେସିଙ୍ଗା ପକ୍ଷରୁ ଗତ ତା. ୨୧. ୨. ୨୦୨୫ରେ ପ୍ରଥମ ପ୍ରସ୍ତାବ ଅନୁଯାୟୀ ଚିରସ୍ରୋତା ତେଲନଦୀ ଓ ବନାନୀ ଘେରା ରେତନଦୀର ସଙ୍ଗମ ସ୍ଥଳକୁ ପର୍ଯ୍ୟଟନର ମାନ୍ୟତା ଦେବା ଏବଂ କେସିଙ୍ଗାରେ ଥିବା ଶ୍ମଶାନ ଘାଟିଗୁଡିକୁ ବିକଶିତ କରିବା ସହ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଦ୍ବିତୀୟ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି।