ଛୁଆହାତୀ ବାଟବଣା ହୋଇ ମା ଠାରୁ ହେଲା ଅଲଗା, ବନ ବିଭାଗ ଉଦ୍ଧାର କରି ଛୁଆହାତୀକୁ ପଠାଇଲା ଚିକିତ୍ସାଳୟ

କେସିଙ୍ଗା,୧୭/୧୨ ଖାଦ୍ୟ ଅନ୍ୱେଷଣରେ ଏବେ ଗାଁ ମୁହାଁ ହାତୀ ପଲ। ଚାଷୀ ଧାନଚାଷ ଆରମ୍ଭ ହେବାବା ଦିନଠାରୁ ଚାଷୀଙ୍କୁ ହଇରାଣ ହରକତ କରୁଛନ୍ତି। ବର୍ତ୍ତମାନ ହାତୀପଲ ପାଚିଲା ଧାନ ଖାଇବାକୁ ଗାଁ ମୁହାଁ ହେଉଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ନୁନମାଠ ଗ୍ରାମରେ। ଏକ ହାତୀଛୁଆ ହାତୀ ପଲରୁ ଅଲଗା ହୋଇଯାଇଥିଲା। ପରେ ଖବର ପାଇ କଶୣପଡ଼ା ଫରେଷ୍ଟର ବିଶିକେସନ କରୁଆଁ ଖବର ପାଇଁ ସଦଳବଳେ ଯାଇ ହାତୀଛୁଆକୁ ଉଦ୍ଧାର କରିଥିଲେ। ହାତୀଛୁଆଟି ମାତ୍ର ୩ ରୁ ୪ ମାସର ହୋଇଥିଲା ବେଳେ ପୁଣି ତାର ନାଭି ପାଖରେ ଗଭୀର ଆଘାତ ଲାଗିଛି। ପରେ ବନ ବିଭାଗ ପକ୍ଷରୁ ପଶୁ ଡାକ୍ତରଖାନରୁ ସ୍ଵତନ୍ତ୍ର ଏକ ଟିମକୁ ଡକାଇ ଛୁଆହାତୀର ପ୍ରାଥମିକ ଚିକିତ୍ସା କରାଇଥିଲେ। ଉତ୍ତମ ଚିକିତ୍ସା ନିମନ୍ତେ ହାତୀକୁ ଭବାନୀପାଟଣା ଜିଲ୍ଲା ପଶୁ ଚିକିତ୍ସାଳୟକୁ ନିଆଯାଇଛି। ଫରେଷ୍ଟର କରୁଆଁ ବାବୁଙ୍କ କହିବା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ପଟୁ ଏକ ୩୫ ଟିକିଆ ହାତୀପଲ ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲାରେ ପ୍ରବେଶ କରିଥିଲେ ଓ ଅନୁମାନ କରାଯାଉଛି କୌଣସି ଏକ ନାଳ ଡେଇଁବା ବେଳେ କୌଣସି ଗଛ କିମ୍ବା କାଠ ହାତୀଛୁଆର ନାଭିରେ ମାଡ ହେବାରୁ ଛୁଆହାତୀର ନାଭି ପାଖରେ ଗଭୀର କ୍ଷତ ହୋଇଛି। ତେଣୁ ହାତୀଟି ଚାଲିନପାରି ରହିଯାଇଥିଲା। ହାତୀଛୁଆଟି ସପୂର୍ଣ୍ଣ ସୁସ୍ଥ ହେଲେ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୁଣି ସେହି ଛୋଟ ହାତୀକୁ ତା ମାଁ ପାଖରେ ଛାଡି ଦିଆଯିବ ବୋଲି କହିଛନ୍ତି। ବର୍ତ୍ତମାନ ହାତୀ ପଲ ନୁନମାଠ ଜଙ୍ଗଲରେ ହିଁ ଅଛନ୍ତି। ହାତୀପଲକୁ ବିଭାଗ ପକ୍ଷରୁ ଟ୍ରାକ କରାଯାଉଛି ଓ ତାଙ୍କର ଗତି ବିଧି ଉପରେ ସମ୍ପୂର୍ଣ ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *