କେସିଙ୍ଗା ପ୍ରତି ରାଜ୍ୟ ସରକାରଙ୍କ ବୈମାତୣକ ମନୋଭାବକୁ ନେଇ ପ୍ରବଳ ଜନଅସନ୍ତୋଷ

କେସିଙ୍ଗା ୧୬/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପ୍ରତି ସରକାରଙ୍କ ବୈମାତୣକ ମନୋଭାବ ଯୋଗୁଁ ଏଠାକାର ଲୋକେ ଦୈନଦିନ ଅଘଟଣର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏଠାରେ ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟବସ୍ଥା, ପାନୀୟ ଜଳ, ରାସ୍ତାଘାଟ ଆଦି ବିଭିନ୍ନ ବ୍ୟବସ୍ଥା ଭୁଷୁଡି ପଡିଥିଲେ ହେଁ ଉପରିସ୍ଥ ଅଧିକାରୀ ଓ ରାଜ୍ୟ ସରକାର ଜାଣି ଅଜଣା ପରି ଏହାକୁ ଅଣଦେଖା କରି ଚାଲିଛନ୍ତି। ଗୋଟିଏ ଉଦାହରଣ ସ୍ବରୂପ ଗତକାଲି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରୟାଗ ପ୍ରତିଶୃତି ମାଝୀଙ୍କ ଦାୟିତ୍ୱହୀନତା ଚିକିତ୍ସା ଯୋଗୁଁ ନର୍ଲା ବ୍ଲକ ଗିଗିନା ପଞ୍ଚାୟତ ଅନ୍ତର୍ଗତ ଚୌକିପଦର ଗ୍ରାମର ସୁରଜିତ ମାଝୀଙ୍କ ପତ୍ନୀ ବେଲା ମାଝୀ ବିବାହର ୧୫ ବର୍ଷ ପରେ ଗର୍ଭବତୀ ହୋଇ କେସିଙ୍ଗା ସିଏଚସିକୁ ପ୍ରସବ ପାଇଁ ଆସି ଗତ ଶନିବାର ମେଡିକାଲରେ ଆଡମିଟ ହୋଇଥିଲେ। କିନ୍ତୁ ପରିତାପର ବିଷୟ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ତ୍ରଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ପ୍ରସବିତ ମା ଏବଂ ଶିଶୁପୁତ୍ର ମୣତ୍ୟୁବରଣ କରିବା ଫଳରେ ଗାଁ ଲୋକେ ଶୋକରେ ସ୍ତମ୍ବୀଭୂତ ହୋଇଯାଇଛନ୍ତି। ଯେଉଁ ଘରେ ଆନନ୍ଦର ଲହରୀ ଖେଳିବା କଥା ସେ ଘରେ ଆଜି ବିଷାଦର ଛାୟା ଖେଳିଯାଇଛି। ଅକାଳରେ ଦୁଇଟି ଜୀବନ ଝଡିଗଲା। ତେବେ ଏହି ସମସ୍ୟା ପ୍ରତି ଦାୟୀ କିଏ? ରାଜ୍ୟ ସରକାର ନା ଅଧିକାରୀ ? ଏହି ସମସ୍ୟା ପ୍ରତି ରାଜ୍ୟ ସରକାର ଦୣଷ୍ଟି ଦେଇ ତୁରନ୍ତ ଜଣେ ଅଭିଜ୍ଞ ସ୍ତ୍ରୀ ରୋଗ ଓ ଆନାଥେସିଆ ଏବଂ ଭେଷଜ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବା ସହ ଦୋଷୀ ବିଶେଷଜ୍ଞଙ୍କ ବିରୁଦ୍ଧରେ ଦୣଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଜୋର ଦାବି ଧରିଛି।

Leave a Reply

Your email address will not be published. Required fields are marked *