ଜୁନାଗଡରେ ପ୍ରଥମ ଥର କଂଗ୍ରେସ କମିଟୀର ବୈଠକ

ଜୁନାଗଡ-୨୦/୧ ଗତକାଲି ଜୁନାଗଡ଼ ବ୍ଲକ କଂଗ୍ରେସ କମିଟିର ପ୍ରଥମ ବୈଠକ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ନୂତନ ଦାୟିତ୍ୱ ନେଇଥିବା ସଭ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ କେସିଙ୍ଗାର ସୁରେଶ ରାଓ ଶପଥ ଗ୍ରହଣ କରି ଜୁନାଗଡ଼ ବ୍ଲକର ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଯଥା ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ଓ ରୋଜଗାର ଭଳି ବିଷୟକୁ ନେଇ ଆଗାମୀ ଦିନରେ ଦୃଢ଼ ଲଢ଼େଇ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛି। ଏହା ସହିତ ବିଜେଡି ଛାଡ଼ି ୧୦ ଜଣ ଯୁବ ନେତା କଂଗ୍ରେସ ପାର୍ଟିରେ ଯୋଗଦାନ କରିଥିବାରୁ ଜୁନାଗଡ଼ ବ୍ଲକରେ କଂଗ୍ରେସ ସଂଗଠନ ଆହୁରି ସୁଦୃଢ଼ ହୋଇଛି। ଯୁବ ଶକ୍ତିଙ୍କ ଯୋଗଦାନ ଦଳକୁ ନୂଆ ଦିଗ ଓ ଗତି ଦେବ ବୋଲି ଆଶା ପ୍ରକାଶ କରାଯାଇଛି। କଂଗ୍ରେସ ଦଳ ସଦା ସାଧାରଣ ଲୋକଙ୍କ ସହ ରହି ତାଙ୍କ ଅଧିକାର ଓ ସମସ୍ୟା ପାଇଁ ସଂଗଠିତ ଲଢ଼େଇ ଜାରି ରଖିବ।

Leave a Reply

Your email address will not be published. Required fields are marked *