
ଭବାନୀପାଟଣା-୧୮/୨ ଭବାନୀପାଟଣା ସହରର ମହାବୀର ପଡା ନୀବାସୀ ଅନୀଲ ଭୋଇ (71)ଙ୍କ ଗତ ଶନିବାର ହୃଦଘାତରେ ଅକାଳ ବିୟୋଗ ହୋଇଯାଇଛି। ସେ ଜଣେ ଅମାୟିକ, ପରୋପକାରୀ ଓ ସ୍ନେହୀ ମଣିଷଟିଏ ଥିଲେ। ତାଙ୍କ ବିୟୋଗ ଖବର ପାଇ କନ୍ଧମାଳ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ଓଡିଶା ଗ୍ରାମୀଣ ବ୍ୟାଙ୍କର କର୍ମଚାରୀମାନଙ୍କ ସହ ବନ୍ଧୁ ବାନ୍ଧବ, ସମ୍ପର୍କୀୟ, ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି।ତାଙ୍କ ସୁପୁତ୍ର ଅନୁଭବ ଭୋଇ ମୁଖାଗ୍ନି ଦେଇଥିଲେ। ସ୍ଵର୍ଗତ ଭୋଇ ବାଲିଗୁଡ଼ା ସ୍ଥିତ ଓଡିଶା ଗ୍ରାମୀଣ ବ୍ୟାଙ୍କ୍ ଶାଖାର ପରିଚାଳକ ଭାବେ ଅବସର ଗ୍ରହଣ କରିଥିଲେ। ତାଙ୍କ ଅକାଳ ବିୟୋଗ ଖବର ନେଇ ସନ୍ତୋଷ ପ୍ରଧାନଙ୍କ ଅଧକ୍ଷତାରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଏହି ଶୋକ ସଭାରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲାବେଳେ ଏହି ସଭାରେ ଅଶୋକ ଦାସ, ସନ୍ତୋଷ ସାହୁ, ଆଲୋକ ସାହୁ,ଜିତେନ୍ଦ୍ର ରାୟ, କଲ୍ୟାଣୀ ଦାଶ, ମାନସ ପ୍ରଧାନ, ଶିକ୍ଷୟିତ୍ରୀ ବିଦୁଲତା ଦାଶ, ଦୁଷ୍ମନ୍ତ ପ୍ରଧାନ ପ୍ରମୂଖ ସ୍ମୃତି ଚାରଣ କରିଥିଲେ। ତାଙ୍କର ଏକମାତ୍ର କନ୍ୟା ଓ ଧର୍ମ ପତ୍ନୀ ଅଛନ୍ତି। ତାଙ୍କ ପତ୍ନୀ ମାଳିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଛନ୍ତି।