ନର୍ଲା -୨୮/୨ ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଶାନ୍ତପୁର ନିକଟରେ ଟ୍ରାକ୍ଟର ଧକ୍କାରେ ଶୁକ୍ରବାର ରାତି ଆଠଟା ସମୟରେ ଜଣେ ଯୁବକର ମୃତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଯୁବକ ଜଣକ କୌଣସି କାମରେ ଛତିକୁଡା ଯାଇ ନିଜ ଗାଁକୁ ଫେରୁଥିବା ବେଳେ ଟ୍ରାକ୍ଟରଟି ଭବାନୀପାଟଣା ଠାରୁ ପୋଖରୀବନ୍ଦ ଅଭିମୁଖେ ଯାଉଥିବା ବେଳେ ଯୁବକଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରୁଥିବା ସମୟରେ ଡେଙ୍ଗେନ ଛକରେ ଲୋକେ ଟ୍ରାକ୍ଟର ଓ ଚାଳକକୁ ଅଟକ ରଖିଥିଲେ। ହେଲେ ଡ଼୍ରାଇଭର ଜଣକ କୌଶଳ କ୍ରମେ ଖସି ଯାଇଥିବା ବେଳେ ଟ୍ରାକ୍ଟର କୁ ଅଟକ ରଖିଥିବା ସୂଚନା ମିଳିଛି। ମୃତକ ଯୁବକ ହେଲେ ଧୁରକୃଟି ଗ୍ରାମର ସଞ୍ଜୟ ଦୋରା ବୋଲି ଜଣାପଡ଼ିଛି। ଖବର ପାଇ ନର୍ଲା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ତଦନ୍ତ କରୁଥିବା ଜଣାପଡିଛି। ପ୍ରଦୀପ ଗଉଡ