ପୂର୍ଣ୍ଣଚନ୍ଦ୍ର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ନର୍ଲା-୨୫/୧ (ପ୍ରଦୀପ କୁମାର ଗଉଡ) ନର୍ଲା ବ୍ଲକ୍ ଅନ୍ତର୍ଗତ ଡଙ୍ଗରମାଲ୍ ତଳପଡା ଠାରେ ପୂର୍ଣ୍ଣଚନ୍ଦ୍ର ମାଝି ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନର୍ଲା ଓ କରଞ୍ଜା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।କରଞ୍ଜା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ୍ କରି ନିର୍ଦ୍ଧାରିତ ୧୦ ଓଭର୍ ରେ ୮୦ ରନ୍ କରିଥିବା ବେଳେ ନର୍ଲା ଦଳ ୪.୧ ଓଭରରେ ୮୩ ରନ୍ କରି ବିଜୟ ଲାଭ କରିଥିଲା। ଏହି ମ୍ୟାଚର ମୁଖ୍ୟ ଅତିଥି ଭାବରେ ବିଜେଡି ବ୍ଲକ ଯୁବ ଛାତ୍ର ସଭାପତି ଘାସିରାମ ସାହୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କୁଲୁ ଚାନ୍ଦ ଓ ରିଙ୍କୁ ଖେଳ ପରିଚାଳନା କରିଥିବା ବେଳେ ଲକ୍ଷ୍ମଣ ମାଝୀ, ଟୁନା ମାଝୀ,ଶତ୍ରୁଘ୍ନ ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *