
ଭବାନୀପାଟଣା- ୨୫/୦୧ କଳାହାଣ୍ଡି ଜିଲ୍ଲାସ୍ତରୀୟ ୧୫ତମ ଜାତୀୟ ମତଦାତା ଦିବସ ୨୦୨୫ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖଙ୍କୁ ନେଇ ସହରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ପରେ ସଦଦ୍ଭାବନା ଗୃହରେ ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଭବାନୀପାଟଣା, ପ୍ରଭାତ କୁମାର ପରିଡା, ଡେପୁଟି କଲେକ୍ଟର ପବିତ୍ର ସାମଲ, ଉପ ନିର୍ଦେଶକ ପ୍ଲାନିଂ ଶ୍ରୀକାନ୍ତ ଦଲେଇ, ଡେପୁଟି କଲେକ୍ଟର, ନିର୍ବାଚନ ଅଧିକାରୀଣୀ ଦୀପ୍ତିମୟୀ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ସତ୍ୟ ସମ୍ପର୍ଣ୍ଣl ରାଉତ, ସହକାରୀ ଜିଲ୍ଲାପାଳ ସୁଶାନ୍ତ କୁମାର ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସୀଙ୍ଗ ରାଉତ ପ୍ରମୁଖ ଯୋଗଦେଇ ଜାତୀୟ ମତଦାତା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏକ ସୁସ୍ଥ ଓ ସୁଦୃଢ଼ ଗଣତନ୍ତ୍ର ପାଇଁ ନିର୍ଭୀକ ଓ ନିରପେକ୍ଷ ମତଦାନର ଆବଶ୍ୟକତା ଉପର ବିଶେଷ କରି ଯୁବ ଭୋଟର ମାନଙ୍କର ପ୍ରମୂଖ ଭୂମିକା ରହିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ମତପୋଷଣ କରିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଭୋଟର ତାଲିକା ପ୍ରସ୍ତୁତି ରେ ସର୍ବୋତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବା ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ନିର୍ବାହୀ ଅଧିକାରୀ ପୌରପାଳିକା ଡଃ ସତ୍ୟ ସମ୍ପର୍ଣ୍ଣl ରାଉତ, କଲମପୁର ବିଡିଓ ବିଜୟ କୁମାର ମlଣ୍ଡାଙ୍ଗି ଏବଂ ବି ଏଲ ଓ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ପରିଚାଳନା କରିଥିଲେ।