ଭବାନୀପାଟଣା ରୋଟାରୀ କ୍ଲବ ପକ୍ଷରୁ ଶୀତବସ୍ତ୍ର ଓ ଛତା ବଣ୍ଟନ

ଭବାନୀପାଟଣା-୨୨/୧ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ କୁଲିଆମାଲ ଗ୍ରାମ ଡ଼ି ଡ଼ି ଉଦ୍ୟାନ ପରିସରରେ ରୋଟାରୀ କ୍ଲବ, ଭବାନୀପାଟଣା ଶାଖା ପକ୍ଷରୁ ଶୀତବସ୍ତ୍ର ଓ ଛତା ବଣ୍ଟନ କରାଯାଇଛି। ଜୟରାମ ସାହୁ, ସଭାପତି ରୋଟାରୀ କ୍ଲବ ଭବାନୀପାଟଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ ଗଭରନର ୟାନଂଗାସିସ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କୁଲିଆମାଲ୍, ଲୋହୋରା କୁନି, କୁସୁମଦର, ମାଲଗାଁ ଗ୍ରାମର ବୃଦ୍ଧବୃଦ୍ଧା ତଥା ଅସହାୟ ପରିବାରଙ୍କୁ ଶୀତବସ୍ତ୍ର ଓ ଛତା ବଣ୍ଟନ କରିଥିଲେ। ଏଥିସହିତ ଶାନ୍ତି ସ୍ତୁପ ଉଦ୍ଘାଟନ କରି କହିଥିଲେ ଯେ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ କରିବା ଓ ତାର ଯତ୍ନ ନେବା, ମୃତ୍ୟ ହେଲା ପରେ ଚକ୍ଷୁ ଦାନ କରିବା ଯାହା ଫଳରେ ଅନ୍ୟ ବ୍ୟକ୍ତି ବିଶେଷ ସଂସାର ଦେଖିପାରିବ ତଥା ରୋଟାରୀ କ୍ଲବ ତରଫରୁ ହାତକୁ ନେଇଥିବା ଜନହିତକାରୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ଯକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *