ଯୁଗଳ ପୋଢ ହେଲେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି

ଭବାନୀପାଟଣା-୨୫/୧ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ଯୁଗଳ କିଶୋର ପୋଢ ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ମନୋନୀତ ହୋଇଛନ୍ତି। ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ରାଜ୍ଯ ସାଧାରଣ ସମ୍ପାଦିକା ପୂର୍ଣିମା କେରକେଟା କଳାହାଣ୍ଡି ଜିଲ୍ଲା ଭାଜପା ସଭାପତି ଭାବେ ଯୁଗଳ କିଶୋର ପୋଢ ମନୋନୀତ ହେଲେ ବୋଲି ଘୋଷଣା କରିଥିଲେ। ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସମ୍ମାନୀତ ଅତିଥି ଭାବେ ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର ପଟଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *