କେସିଙ୍ଗା -୧୬/୩ ଓଡ଼ିଶାରେ ଆଜି ରାଜ୍ୟସଭା ପାଇଁ ଖାଲିଥିବା ଚାରିଟି ପଦ ପୂରଣ ନିମନ୍ତେ ଭୋଟ ପ୍ରକ୍ରିୟା ସକାଳରୁ ଚାଲିଛି l ଆଜିର ମତଦାନ ସାରା ଓଡିଶା ରାଜନୀତି ରେ ନୂଆ ଇତିହାସ ସୃଷ୍ଟି କରିବ l ଏମିତି ସରଳ ଭାବେ ଅନୁମାନ କଲେ କିମ୍ବା ଲୋକଙ୍କ ମତରେ ବିଜୁ ବାବୁଙ୍କ ତିନି ପୁଅ ( ତିନି ଭାଇ ) ମଧ୍ୟରେ ବର୍ତ୍ତମାନ ଆଉ ଭବିଷ୍ୟତ କ୍ଷମତା ହାସଲ ପାଇଁ ଲଢେଇ ଚାଲିଛି l ଏହି ଲଢେଇର ଦୁଇ ପାର୍ଶ୍ୱ ଅଛି l ଗୋଟିଏ ପାର୍ଶ୍ୱରେ ବିଜୁବାବୁଙ୍କ ବଡ ପୁଅ ନବୀନ ପଟନାୟକ ଏବଂ ଛୋଟ ପୁଅ ଭକ୍ତ ଚରଣ ଦାସ ମିଳିତ ଅଛନ୍ତି ଏବଂ ଅନ୍ୟ ପାର୍ଶ୍ୱରେ ବିଜୁବାବୁଙ୍କ ମଝିଆ ପୁଅ ଦିଲୀପ ରାୟ ଅଛନ୍ତି l ତେଣୁ ଏହି ଲଢେଇ କଂଗ୍ରେସ ବିଜେଡି ବିଜେପି ମଧ୍ୟରେ ନାହିଁ କେବଳ ଉପରିଆ ରାଜନୀତି ଖେଳ କୁହାଯାଉଛି କିମ୍ଵା ଦେଖାଯାଉଛି l ଯିଏ ଜିତିଲେ କି ହାରିଲେ ମଧ୍ୟ ସେ ହିଁ ବିଜୁ ବାବୁଙ୍କ ପୁଅ ହିଁ ଜିତିବା ସଦୃଶ ଅଟେ l କଥାରେ ଅଛି l ରାଜାର ହାତୀ ବନସ୍ତରେ ରହିଲେ ମଧ୍ୟ ରାଜାଙ୍କର ହୋଇଥାଏ l ଯିଏ ଜିତିଲେ ମଧ୍ୟ ବିଜୁବାବୁଙ୍କ ପୁଅ ହିଁ ଜିତିବ l ସବୁଠାରୁ ବଡ ପୁଅ ସିନା ଦିଲ୍ଲୀରେ କିନ୍ତୁ ଓଡ଼ିଶାରେ ବାକି ତିନି ପୁଅ ପରସ୍ପର ମଧ୍ୟରେ ଏହି କଉଡ଼ି ଖେଳ ଚଳାଇଛନ୍ତି l ବାକି ସମସ୍ତେ କେବଳ ଦର୍ଶକ ଅଟନ୍ତି l
ଏଇତ ଗଲା ପରିବାର ରାଜନୀତି l ଏଥର ଆସିବା ଅସଲ ରାଜନୀତି ଏବଂ ଆଗାମୀ ଦିନରେ ଓଡ଼ିଶାରେ ରାଜନୀତିର ପଟପରିବର୍ତନ l ଯଦି ପ୍ରକୃତରେ କଂଗ୍ରେସ – ବିଜେଡିର ମିଳିତ ପ୍ରାର୍ଥୀ ବିଜୟ ହୁଅନ୍ତି ତେବେ ଆଗାମୀ ଦିନରେ ଏହାର ଏପରି ପ୍ରଭାବ ପଡିବ ଯଦ୍ୱାରା ଆସନ୍ତା ତ୍ରିସ୍ତରୀୟ, ପୌର ଏବଂ ସାଧାରଣ ନିର୍ବାଚନରେ ମଧ୍ୟ ଗଠବନ୍ଧନ କରି ବିଜେପିକୁ ସମାପ୍ତ କରି ଦେବାରେ ସଫଳ ହେବା ସମ୍ଭାବନା ଅଛି l ଆଉ କେବେ ମଧ୍ୟ ଅନ୍ତତଃ ପଚାଶ ବର୍ଷ ପର୍ଯ୍ୟନ୍ତ ଆଉ ବିଜେପି କ୍ଷମତାକୁ ଆସିପାରିବ ନାହିଁ l ଆଉ ଯଦି ବିଜେପି ପ୍ରାର୍ଥୀ ହିଁ କୁହାଯିବ ସ୍ୱାଧୀନ ପ୍ରାର୍ଥୀ ହେଲେ ମଧ୍ୟ ଦିଲୀପ ରାୟ ବିଜୟ ହୁଅନ୍ତି ତେବେ ତେବେ କଥା ସରିଲା l ବିଜେଡି ଏବଂ କଂଗ୍ରେସ ଦଳକୁ ଆହୁରି କ୍ଷମତା ବାହାରେ ରଖିବାକୁ ବିଜେପି ରଣନୀତି ସୁଦୃଢ କରିବ l ଅନ୍ୟ ପଟରେ ବିଜେଡି ଦଳ ଭାଗ ଭାଗ ହେବା, ଦଳ ଡିଆଁ, କର୍ମୀ ଅସନ୍ତୋଷ ଏବଂ କ୍ରସ୍ ଭୋଟିଙ୍ଗ କରିଥିବା ବିଧାୟକଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ଏବଂ ନେତୃତ୍ୱ ପ୍ରତି ଭରଷା ନ ହୋଇପାରିବା ଆଦି କାରଣ ଯୋଗୁଁ ଦଳ ଅନେକ ମାତ୍ରାରେ କ୍ଷତି ସହିବ l କଂଗ୍ରେସ ମଧ୍ୟ ଅନୁରୂପ ପରିସ୍ଥିତିର ସାମ୍ରନା କରିପାରେ l
ମୋର ରାଜନୈତିକ ବିଶ୍ଳେଷଣ ଅନୁଯାଇ କ୍ରସ ଭୋଟିଙ୍ଗ କରିଥିବା 9/10 ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରିବା ସପକ୍ଷରେ ମୁଁ ନାହିଁ ଏହା ଦ୍ୱାରା ବିଜେଡି କଂଗ୍ରେସ କୁ କୌଣସି ଫାଇଦା ମିଳିବ ନାହିଁ l କାରଣ ଯଦି ସେମାନଙ୍କୁ ଦଳରୁ ବହିଷ୍କାର କରିବା ସହ ବାଚସ୍ପତିଙ୍କୁ ବିଧାୟକ ସଭ୍ୟ ପଦ ରଦ୍ଦ ପାଇଁ ସୁପାରିଶ କରନ୍ତି ତେବେ ସଭ୍ୟ ପଦ ତୋ ରଦ୍ଦ ହେବ ହେଲେ ସେମାନେ ସମସ୍ତେ ବିଜେପିରେ ଯୋଗ ଦେଇ ଆସନ୍ତା ଛଅ ମାସ ମଧ୍ୟରେ ପୁନର୍ବାର ନିର୍ବାଚନରେ ସେମାନେ ବିଜେପି ଟିକଟରେ ଲଢ଼ି ଜିତିବେ l ଏବଂ ସେହି ବିଜୟକୁ ଆଳ କରି ବିଜେପି ଯଥାଶୀଘ୍ର ଗରମ ଗରମ ମାହୋଲରେ ତ୍ରିସ୍ତରୀୟ ଏବଂ ପୌର ନିର୍ବାଚନ ଘୋଷଣା କରିଦେବ l ଯେଉଁଥିରେ ଶାସକ ଗୋଷ୍ଠୀ ଅଧିକାଂଶ କ୍ଷେତ୍ର ବିଜେପି ଅକ୍ତିଆରରେ ଆସିଯିବ l ବିଜେଡି କଂଗ୍ରେସ ପୁଣିଥରେ ହତାଶ ହୋଇ 2029 ସାଧାରଣ ନିର୍ବାଚନ କୁ ସାମ୍ନା କରିବାକୁ ଆଉ ଅଣ୍ଟାରେ ବଳ ନ ଥିବ l ତେଣୁ ବୁଦ୍ଧି ଖଟାଇ ବିଜେଡି ଏବଂ କଂଗ୍ରେସ ନିଜ ନିଜ ଦଳ ମଧ୍ୟରେ ସଦ୍ୟ ବୃଦ୍ଧି ପାଇଥିବା ଅନ୍ତଃ କଳହକୁ ସମାଧାନ ଦିଗରେ ସକ୍ରିୟ ହେବା ଅସଲି ରାଜନୈତିକ ରଣନୀତି ହେବ ବୋଲି ମୁଁ ଅନୁମାନ କରୁଛି l
କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ଗଠବନ୍ଧନ ଆଗାମୀ ଓଡ଼ିଶାରେ ଏକ ଐତିହାସିକ ରାଜନୀତି ସମୀକରଣ ସୃଷ୍ଟିକରିପାରେ ଏହା ନିଃସନ୍ଦେହରେ କୁହାଯାଇପାରେ l
ଧନ୍ୟବାଦ
ll ଜୟ ହିନ୍ଦ ll
ଟିକେମନ ଦୀପ
କେସିଙ୍ଗା, କଳାହାଣ୍ଡି
6370678006