
ଲାଞ୍ଜିଗଡ- ୨୦/୩: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବ୍ଲକ ସମ୍ମିଳନୀ ଗୃହରେ ଉନ୍ନତ ଜ୍ଞାନକୌଶଳ ପଦ୍ଧତିରେ ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ହେତିରେ ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତର ତୁର୍କା ଗାଁର ଚାଷୀ ଏବଂ କାନକୁଟ୍ରୁ ପଞ୍ଚାୟତର ଆବାଶ ନଗରର ଚାଷୀ ଭାଗ ନେଇଥିଲେ। ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ପ୍ରଶିକ୍ଷଣ ଶିବିରରେ କିଭଳି ଭାବରେ ଆଦିବାସୀଙ୍କୁ ସୁଲଭ ମୂଲ୍ୟରେ ରୋଜଗାର କରିପାରିବେ ଏବଂ ଅଧିକ ଉନ୍ନତି କରି ଆର୍ଥିକ ସ୍ଥିତି ମଜଭୁତ କରିବେ ତାହାକୁ ଧ୍ୟାନରେ ରଖି ଓଡିଶା ଖଦି ଗ୍ରାମୋଦ୍ୟଗ ସଂସ୍ଥା ତରଫରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ତାଲିମ ଶିବିରରେ ଆଗ୍ରହୀ ମହୁଚାଷୀଙ୍କୁ ଲାଞ୍ଜିଗଡ ପଞ୍ଚାୟତ ସମିତିର ଅଧକ୍ଷା ଶ୍ରୀମତୀ କମଳା ପାତ୍ର,ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାଞ୍ଜିଗଡ ଶ୍ରୀଯୁକ୍ତ ଶଶାଙ୍କ ପାତ୍ର,କଲ୍ୟାଣ ଶିକ୍ଷା ଅଧିକାରୀ ପଙ୍କଜ ବଳିୟା ସିଂ ଚାଷୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଉକ୍ତ ସଭାରେ ମୁଖ୍ୟ ଅଥିତି ଭାବରେ ଲାଞ୍ଜିଗଡ ବ୍ଲକ ଅଧକ୍ଷା କମଳା ପାତ୍ର,ଯୋଗ ଦେଇଥିବା ବେଳେ ସମ୍ମାନିତ ଅଥିତି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପାତ୍ର, ସମାଜସେବୀ ହରିଶଙ୍କର ପାତ୍ର, ପଙ୍କଜ ବଳିୟା ସିଂ ବରିଷ୍ଟ ତାଲିମ ଶିକ୍ଷକ ହରପ୍ରସାଦ ପଟ୍ଟନାୟକ, ଶିବୁ କୁମାର ପଣ୍ଡା ତାଲିମ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ନିରଞ୍ଜନ ଦାଶ ଏବଂ ସହଯୋଗ କରିଥିଲେ ଟିମ୍ ଲିଡ଼ର ବାସୁ ମାଝୀ ଏବଂ ନବୀନ ମାଝୀ।