
କେସିଙ୍ଗା-୧୮/୧ ଗତକାଲି ରାଜ୍ୟସଭା ସାଂସଦ ସୁଜିତ୍ କୁମାର କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ ରେ ନିମନ୍ତ୍ରିତ ଅତିଥି ରୂପେ ଜିଲ୍ଲା ଗସ୍ତରେ ଆସି ଅମାଠ ଛକ ନିକଟରେ ପହଞ୍ଚିବା ପରେ କେସିଙ୍ଗା ତଥା ଆଖପାଖ ଅଞ୍ଚଳର ହଜାର ହଜାର ସମର୍ଥକ ତାଙ୍କୁ କେସିଙ୍ଗା ପାଛୋଟି ଆଣିଥିଲେ। ଏହାପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀ ସୁଜିତ୍ ଙ୍କୁ ଫୁଲମାଳ ଓ ସ୍ବାଲ୍ ଦେଇ ସ୍ବାଗତ କରାଯାଇଥିଲା। ଏଥିରେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର, ନଗର ସଭାପତି ମଗନ ସିନ୍ଦୂରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ। ଏହା ପରେ ପରେ ସେ କଳାହାଣ୍ଡି ଉତ୍ସବରେ ଯୋଗଦେବା ପାଇଁ ଭବାନୀପାଟଣା ଯାଇଥିଲେ।