
ଭବାନୀପାଟଣା- ୨୨/୧ ଭାବନୀପାଟଣା ବ୍ଲକ ଅନ୍ତର୍ଗତ ରିଷିଗାଁ ଉଚ୍ଚ ବିଦ୍ୟାଳୟରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୀତା ମହାନ୍ତିଙ୍କ ନେତୃତ୍ୱରେ ରିଷିଗାଁ ସି.ଆର. ସି.ସି. ବୈକୁଣ୍ଠ ବେମାଲ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ବାଳିକା ମାନଙ୍କ ପାଇଁ ଶିକ୍ଷାର ଆବଶ୍ୟକତା, ପାଠପଢିବାର ଗୁରୁତ୍ୱ ଓ ନାରୀ ଜୀବନରେ ଶିକ୍ଷା କିପରି ଜୀବନ ସଂଗ୍ରାମରେ ଉପଯୋଗୀ ହେବେ ସେ ବିଷୟରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଝିଅମାନଙ୍କୁ ଭଲ ଭାବରେ ପାଠ ପଢିବା ପାଇଁ ସ୍ୱାବଲମ୍ବୀ ହେବା ଆଜିର ଭାରତ ବର୍ଷରେ ନିହାତି ଆବଶ୍ୟକ ବୋଳି ମତବ୍ୟକ୍ତ କରିଥିଲେ। ପରେ ପରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ‘ବେଟି ବଚାଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମର ସିଧା ପ୍ରସାରଣର ଭିଡ଼ିଓ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରିଷିଗାଁ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଲୋକ କୁମାର ବେହେରାଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିବାବେଳେ ସମସ୍ତ କାର୍ଯ୍ୟରତ ଶିକ୍ଷକ ଶିକ୍ଷ୍ୟୟତ୍ରୀଙ୍କ ସହଯୋଗ ଓ ଉତ୍ସାହ ପ୍ରଦାନ ଛାତ୍ରଛାତ୍ରୀ ଙ୍କ ପାଇଁ ବେଶ ଶିକ୍ଷଣୀୟ ହୋଇପାରିଥିଲା। ବାଳିକା ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଭାରତ ସରକାରଙ୍କ ଏଭଳି ଅଭିନବ ପ୍ରାୟସ ତଥା ପ୍ରୋତ୍ସାହନ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉନ୍ମାଦନା ଭରିଦେଇଛି।