କଲମପୁର ଠାରେ ସଡ଼କ ସୁରକ୍ଷା ଶୋଭାଯାତ୍ରା

କଲମପୁର- ୨୫/୧(ଗଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ଠାରେ ନେତାଜୀ ସେବା ସଂଗଠନ , ଓଡିଶା ଡ୍ରାଇଭର ମହାସଙ୍ଗ, କଳମପୁର ବ୍ଲକ ଆମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ ମହାବିଦ୍ୟାଳୟ , କଲମପୁର ଓ ଇନ୍ଦ୍ରାବତୀ ଫାର୍ମର୍ସ ପ୍ରଡ୍ୟୁଷର ଗ୍ରୁପ୍ ମିନଗୁର ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କଳାହାଣ୍ଡି ମିଳିତ ଆନୁକୂଲ୍ୟରେ କଳମପୁର ଠାରେ ଆଜି ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ, ଅଧ୍ୟାପକ, ସ୍ବେଛାସେବୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ପୋଲିସ ପ୍ରଶାସନ, ବ୍ଲକ ପ୍ରଶାସନକୁ ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ ହୋଇ କଲମପୁର ବିଭିନ୍ନ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନ ସ୍ଲୋଗାନ ସହ ଆମ୍ବେଦକର ଷ୍ଟେଚୁ ଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମକୁ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗୀ, ସମ୍ମାନିତ ଅତିଥିଭାବେ ଭାରପ୍ରାପ୍ତ ଥାନା ଅଧିକାରୀ ଶିବ ଶଙ୍କର ମହାନ୍ତି, ଏମବିଆଇ ରାମକୃଷ୍ଣ ମାଝୀ, ଟ୍ରାଫିକ ଇନିସ୍ପେକ୍ଟର ମିଥୁନ ପ୍ରଧାନ , ଯୋଗଗୁରୁ ଚନ୍ଦ୍ରଶେଖର ସାହୁ, ଡ୍ରାଇଭର ସଂଘ ସମ୍ପାଦକ ତିଳ ପାତ୍ର ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନ ବାର୍ତ୍ତା ଓ ଏହାର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ l କାର୍ଯ୍ୟକ୍ରମରେ ସଂଗଠନ ସଭାପତି ସଂଜୀବ ଠାକୁର, ସମ୍ପାଦକ ଦୁଷ୍ମନ୍ତ ପଣ୍ଡା, ଅଧ୍ୟାପକ ଧରଣୀଧର ପୁଝାରୀ, ରାଜେନ୍ଦ୍ର କୁମାର ପ୍ରଧାନ, ଧନଞ୍ଜୟ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମରେ ଲଳିତ କୁମାର ବିଶି ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଶାନ୍ତ କୁମାର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅବିନାଶ ମୁଣ୍ଡ ସଂଯୋଜନା କରିଥିବା ବେଳେ ଶଙ୍କର ରାଉତ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l

Leave a Reply

Your email address will not be published. Required fields are marked *