
କେସିଙ୍ଗା- ୨୮/୧ କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଓ ସଡ଼କ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ଙ୍କ ନିର୍ଦ୍ଦେଶ କ୍ରମେ ଆଜି କେସିଙ୍ଗା ରେ ସଡକ ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ନିମନ୍ତେ ସଡ଼କ ପରିବହନ ବିଭାଗ ତରଫରୁ ଜୁନିଅର ଏମ୍ ଭି ଆଇ ରାମକୃଷ୍ଣ ମାଝି ଓ ଟ୍ରାଫିକ୍ ଇନ୍ସପେକ୍ଟର ମିଥୁନ ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲା ବେଳେ କେସିଙ୍ଗା ମହାବିଦ୍ୟାଳୟ ପକ୍ଷରୁ ଭାରପ୍ରାପ୍ତ ଅଧ୍ୟକ୍ଷ ଅଶ୍ବିନୀ କୁମାର ପଟ୍ଟନାୟକଙ୍କ, ଏନସିସି ଅଫିସର ସତୀଶ କୁମାର ଖମାରୀ, ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଉମେଶ ଚନ୍ଦ୍ର ବାରିକ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଏଏସଆଇ ଅନୁପ କୁମାର ଶତପଥୀ, ନରେଶ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏଥିରେ କେସିଙ୍ଗା ମହାବିଦ୍ୟାଳୟର ଏନସିସି ଛାତ୍ର ଓ +୩ ଏବଂ+୨ ବିଭାଗର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପ୍ଲାକାର୍ଡ ଧରି ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିୟମ ପାଳନ ନିମନ୍ତେ ସ୍ଳୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇ ସହର ପରିକ୍ରମା କରିବା ପରେ ମହାବିଦ୍ୟାଳୟକୁ ଫେରିଥିଲେ। ଏହି ଅବସରରେ କଲେଜ କ୍ୟାମ୍ପସରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ ହୋଇଥିଲା।
