ଉତ୍କେଳା ଜ୍ଞାନଦୋୟ ଇଣ୍ଟରନେସନାଲ ବିଦ୍ୟାଳୟର ୩ୟ ବାର୍ଷିକୋତ୍ସବ

ଉତ୍କେଲା, ୩୧/୦୧ :କେସିଙ୍ଗା ବ୍ଲକ ଉତ୍କେଲା ଜ୍ଞାନଦୋୟ ଇଣ୍ଟରନେସନାଲ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସଵ ପାଳନ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ସମ୍ମାନିତ ଅତିଥି ରୂପେ କେସିଙ୍ଗା ବ୍ଲକ ଅଧକ୍ଷ ଚନ୍ଦନ ସେନାପତିଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଉମେଶ ଚନ୍ଦ୍ର ଶଥପଥି ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ବକ୍ତ୍ୟବ୍ୟ ଅତି ସୁନ୍ଦର ଭାବରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ହୃଦୟକୁ ଛୁଇଁ ଥିଲା ।  ବିଦ୍ୟାଳୟ ର ନିର୍ଦେଶକ ବାପି ବେହେରା ଙ୍କ ତତ୍ଵାବଧାନରେ ଏବଂ ପ୍ରିନସିପାଲ ରଶାନ୍ତ ନାଏକ, ବବିତା ସା, ନିବେଦିତା ପୁରୋହିତ, ଏଲିଜାବେଥ ନାଗ, ଅର୍ଚନା ସାହୁ, ଏନ କ୍ରିଷ୍ଣା ନାଗ, ରାହୁଲ ବେହେରା ଙ୍କ ସହଯୋଗ ରେ ବିଭିନ୍ନ ପ୍ରତିଯୋଗିତା କରା ଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ର ସଭାପତି ଧୀରେନ୍ଦ୍ର କୁମାର ସାହୁ,ବିଦ୍ୟାଳୟ ର  ସମ୍ପାଦକ ଅର୍ଜୁନ ପୋଢ଼, ବେଳାଲସନ ବେହେରା, ପବନ କୁମାର ଜୈନ, ଉପସ୍ଥିତ ରହି  ପିଲାମାନଙ୍କୁ ଉତ୍ସାହିତ କରିଥିଲେ।  ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂକୃତିକ  କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *