ଖବରର ଶିରୋନାମାରେ ସାମ୍ବାଦିକ ଶିବାଶିଷ ଦାସ

ଧଉଳି- ଖରା ବର୍ଷାକୁ ଖାତିର ନ କରି ଆମ ପାଇଁ ଖବର ସଂଗ୍ରହ କରୁଥିବା ମଣିଷଟା ଆଜି ନିଜେ ଖବର ଶିରୋନାମା ପାଲଟିଯିବ କିଏ ଜାଣିଥିଲା? ସାମ୍ବାଦିକ ଶିବାଶିଷ ଦାସ। ଗତ ୧୫ ତାରିଖରେ ଧଉଳି ଛକଠାରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ତାଙ୍କର ପିଞ୍ଜରା ହାଡ଼ ଭାଙ୍ଗି ଯାଇଛି। ଫୁସଫୁସରେ ଆଘାତ ଲାଗିଛି, ଯାହାଦ୍ଵାରା ତାଙ୍କ ପେଟକୁ ରକ୍ତ ପ୍ରବାହ ହେଉଛି। ଏହି କାରଣରୁ ସେ ନିଶ୍ୱାସ ନେଇପାରୁ ନାହାନ୍ତି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସବୁଠୁ ଦୁଃଖ ଲାଗେ ଯେତେବେଳେ ପରିବାରର ରୋଜଗାରିଆ ପୁଅ ଅଚଳ ହୋଇପଡ଼େ ଆଉ ସାହାରା ପାଲଟିବା ବୟସରେ ତାକୁ ସାହାରା ଦରକାର ପଡ଼େ। ବୁଢ଼ା ବାପାଙ୍କ କେଇଟା ପେନସନ ପଇସାରେ ଏପଟେ ଘର ଚଳିବ ତା ସାଙ୍ଗକୁ ପୁଅର ଚିକିତ୍ସା ବି ହେବ.. ଖୁବ୍ କଷ୍ଟକର ପରିସ୍ଥିତି। ଏଇ ଏବେ କିଛି ମାସ ହେଲା ସେ ବିବାହ କରିଛନ୍ତି। ଏପଟେ ଜୀବନ ସହ ସଂଘର୍ଷ କରୁଛନ୍ତି ଶିବାଶିଷ। ଚିକିତ୍ସା ପାଇଁ ବେଶୀ ନହେଲେ ବି ମାନବିକତା ଦୃଷ୍ଟିରୁ କିଛିଟା ସହାୟତା କରିପାରିଲେ ବୃଦ୍ଧ ବାପାଙ୍କ କାନ୍ଧରୁ ଆମେ କିଛି ବୋଝ ହାଲୁକା କରିପାରନ୍ତେ। ସାହାଯ୍ୟ କେବେ ବୃଥା ଯାଏନି। ଆଜି ଆପଣଙ୍କ ସାହାଯ୍ୟ ଦିନେ ଦୁଇଗୁଣ ହୋଇ ଆପଣଙ୍କ ପାଖକୁ ପୁଣି ଫେରିବ ଆଉ କାହା ମାଧ୍ୟମରେ। ଦିଆଯାଇଥିବା QR code scanner ରେ ଆପଣ ନିଜ ଇଚ୍ଛା ମୁତାବକ କିଛିଟା ବି ସହାୟତା ରାଶି ପଠାଇ ଏ ଅସମୟରେ ତାଙ୍କୁ ସହାୟ ହେବେ ବୋଲି ଆଶା।

Leave a Reply

Your email address will not be published. Required fields are marked *